ଲକଡାଉନ ସମୟରେ ବିବାହ ଅନ୍ତିମ ସଂସ୍କାର ପାଇଁ ଲାଇସେନ୍ସ

ଭୂବନେଶ୍ଵର: ରାଜ୍ୟରେ କରୋନା ମହାମାରୀ ଦୃତ ଗତିରେ ବଢି ଚାଲିଛି । ଏହାକୁ ନଜରରେ ରଖି ଲକଡାଉନ୍ ସମୟରେ ବିବାହ ଏବଂ ଅନ୍ତିମ ସଂସ୍କାରରେ ଲାଇସେନ୍ସର ବ୍ୟବସ୍ଥା କରାଯାଇଛି । ଏହାକୁ ସୁଗମ କରିବା ପାଇଁ ଟ୍ୱିନ୍ ସିଟିରେ କମିଶନରେଟ ପୋଲିସ୍ ସୋମବାର ଏକ ଘରୋଇ ଫାର୍ମ ସହ ମିଳିତ ଭାବରେ ୱେବରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।

ଲାଇସେନ୍ସ ପାଇଁ ଆବେଦନକାରୀ ଅନ୍ତତଃ ୭୨ ଘଣ୍ଟା ପୂର୍ବରୁ www.bhubaneswarcuttackpolice.gov.in ରେ ଥିବା ଲିଙ୍କରେ ଆବେଦନ କରିବାକୁ କମିଶନରେଟ୍ ପୋଲିସ ଅନୁରୋଧ କରିଛି।

ବର୍ତ୍ତମାନ ପାଇଁ କେବଳ ଭୁବନେଶ୍ୱର ଅଧୀନରେ ହେବାକୁ ଥିବା କାର୍ଯ୍ୟଗୁଡ଼ିକ ପାଇଁ ଏହି ବ୍ୟବସ୍ଥା ପ୍ରଯୁଜ୍ୟ। ଖୁବ୍ ଶୀଘ୍ର, କଟକ ପାଇଁ ସେବା ଆରମ୍ଭ ହେବ।

ଅଧିକ ଜାଣିବା ପାଇଁ ହ୍ବାଟସ ଆପ୍ ନମ୍ବର ୮୧୪୪୨୦୭୧୦୦କୁ ମେସେଜ୍ ପଠାଇବାକୁ କମିଶନର୍ ପୋଲିସ୍ ମଧ୍ୟ ଲୋକଙ୍କୁ କହିଛନ୍ତି।

ଭୁବନେଶ୍ୱରରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ଡୋର ଟୁ ଡୋର ପରୀକ୍ଷା ସୁବିଧା ଆରମ୍ଭ କରିଛି ।

ବୁକ୍ କରିବା ପାଇଁ ୧୯୨୯ କୁ ସକାଳ ୮ ରୁ ୧୧ ଟାମଧ୍ୟରେ କଲ କରି ଏହି ସୁବିଧା ପାଇପାରିବେ। ନମୁନା ସଂଗ୍ରହ ଭ୍ୟାନ୍ ନିଯୁକ୍ତି ବୁକିଂର ପରଦିନ ପହଞ୍ଚିବ।

Leave a Reply

Your email address will not be published.