୨ ସପ୍ତାହ ବଢିବକି ଲକଡାଉନ

ଭୂବନେଶ୍ବର: ବର୍ତ୍ତମାନ ରାଜ୍ଯରେ କରୋନା ସଂକ୍ରମଣ ଦୃତ ଗତିରେ ବଢିବାରେ ଲାଗିଛି । ଦେଶରେ ପିକରେ ପହଞ୍ଚିସାରିଛି । ତେବେ ରାଜ୍ୟରେ ଆଉ ଦୁଇ ସପ୍ତାହ ଲକଡାଉନ କଟକଣା ବଢିଲେ ସଂକ୍ରମଣ କମିବ ବୋଲି ଡାକ୍ତର ନିରୋଜ ମିଶ୍ର କହିଛନ୍ତି ।

ଏବେ ରାଜ୍ୟରେ ପ୍ଲାଟ୍ୟୁ ଷ୍ଟେଜରେ ରହିଛି କରୋନା । ସଂକ୍ରମଣ ସ୍ଥିର ରହିଥିବା ବେଳେ ସୁସ୍ଥତା ହାର ବଢିଛି । ଏଭଳି ପରିସ୍ଥିତିରେ ଯଦି ଆଉ ୨ ସପ୍ତାହ ଲକଡାଉନ ବଢେ ତେବେ ସଂକ୍ରମଣ କମିଯିବ ବୋଲି ସେ ଆଶଙ୍କା କରିଛନ୍ତି ।
ମେ ଶେଷ ବେଳକୁ କରୋନା ସଂକ୍ରମଣ ଧୀରେ ଧୀରେ କମିବା ଆରମ୍ଭ ହେବ ସେ କହିଛନ୍ତି ।

ସୂଚନାଯୋଗ୍ୟ, ରାଜ୍ୟରେ ଲକଡାଉନ, ସଟଡାଉନ ଜାରି ରହିଥିଲେ ସୁଦ୍ଧା କୌଣସି ଫଳପ୍ରଦ ହୋଇପାରୁନି । କରୋନା ସଂକ୍ରମଣ ଦୈନିକ ୧୨ ହଜାର ନିକଟବର୍ତ୍ତୀ ରହୁଛି । ବିଭିନ୍ନ ଜିଲ୍ଲାମାନଙ୍କରେ ସଂକ୍ରମଣ ବଢିବା ସହ ମୃତ୍ୟୁ ସଂଖ୍ୟା ବି ରେକର୍ଡରେ ରହୁଛି ।

Leave a Reply

Your email address will not be published.