ନବଯୌବନ ବେଶରେ ଦର୍ଶନ ଦେବେ ମହାବାହୁ

ପୁରୀ: ଆଜି ହେଉଛି ମହାପ୍ରଭୂଙ୍କ ନବଯୌବନ ବେଶ । କିନ୍ତୁ କରୋନା ମହାମାରୀ ହେତୁ ଭକ୍ତ ମହାପ୍ରଭୂଙ୍କ ଏହି ର୍ଦୁଲଭ ବେଶ ଦର୍ଶନରୁ ବଞ୍ଚିତ ରହିବେ । ମହାପ୍ରଭୁଙ୍କ ଏହି ଅପୂର୍ବ ବେଶକୁ ଦର୍ଷନ କରିପାରିବେ ନାହିଁ ସାଧାରଣ ଭକ୍ତ । ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ କରୋନା କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଛି । ଆଜି ସମସ୍ତ ନୀତିକାନ୍ତି କେବଳ ପରମ୍ପରା ବଜାୟ ରଖିବା ପାଇଁ କଟକଣା ମଧ୍ୟରେ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ତେବେ କରୋନା କଟକଣା ମଧ୍ୟରେ ମହାପ୍ରଭୁଙ୍କ ନବଯୌବନ ବେଶ କରାଯିବ ।

ସ୍ନାନ ଯାତ୍ରା ମଧ୍ୟ ଭକ୍ତ ଶୂନ୍ୟ ଭାବରେ ହୋଇଥିଲା ଆଉ ଏବେ ନବଯୌବନ ବେଶ ଏବଂ ଏହାପରେ ବିନା ଭକ୍ତରେ ରଥଯାତ୍ରା ବି ଅନୁଷ୍ଠିତ ହେବ । ପ୍ରତିବର୍ଷ ଏହି ଦିନରେ ବଡ଼ ଦେଉଳରେ ହଜାର ହଜାର ଭକ୍ତଙ୍କ ଭିଡ ଯମିଥାଏ ତାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପରିସରରେ କଟକଣା ଲଗାଯାଇଛି । ବାହାର ଭକ୍ତଙ୍କ ପ୍ରବେଶ କୁ ବାରଣ କରାଯାଇଛି ।

Leave a Reply

Your email address will not be published.