ମୋ ଅନୁଷ୍ଠାନ ତରଫରୁ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ

ବାଲେଶ୍ବର,୩୦/୧୧–ପବିତ୍ର ପଞ୍ଚୁକ ପୂର୍ଣ୍ଣିମା ଉପଲକ୍ଷେ ବାଲେଶ୍ବର ଜିଲ୍ଲା ଖଇରା ଦୁର୍ଗା ମଣ୍ଡପ ପରିସରରେ ଆଜି ” ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ” ,ଖଇରା,ବାଲେଶ୍ବର ତରଫରୁ ବୃଦ୍ଧବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରାଯାଇଛି । ସାମ୍ବାଦିକ କୈଳାସ ଚନ୍ଦ୍ର ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖଇରା ବ୍ଲକ ଉପାଧ୍ୟକ୍ଷ ଜୟନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ଉମେଶ ଚନ୍ଦ୍ର ନାୟକ ମୁଖ୍ୟବକ୍ତା, ସମ୍ମାନିତ ଅତିଥିଭାବେ ମୟୂରଭଞ୍ଜ ଜିଲ୍ଲା ବାରିପଦାର ସମାଜସେବିକା ସାଗରିକା ମହାନ୍ତି,ଖଇରା ସରପଞ୍ଚ ସୁଦର୍ଶନ ସେଠୀ,ନଛିପୁର ହାଇସ୍କୁଲର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ପତ୍ରୀ ଓ ସାମ୍ବାଦିକ ଛାୟାକାନ୍ତ ମହାନ୍ତି ପ୍ରମୁଖ ମଞ୍ଚାସୀନ ଥିଲେ । ମୋ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ନିଜସ୍ୱ ଉଦ୍ୟମରେ ଆଜି ୫୦ଜଣ ବୃଦ୍ଧବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କରାଯାଇଥିଲା ବେଳେ ଉପାଧ୍ୟକ୍ଷ ଶ୍ରୀ ରାଉତଙ୍କ ତରଫରୁ ଲୁଙ୍ଗି, ଗାମୁଛା, ଶାଢୀ ଓ ସାର୍ଟ ମଞ୍ଚାସୀନ ଅତିଥିମାନେ ବଣ୍ଟନ କରିଥିଲେ । ଏଥିରେ ମୋଟ ୧୦୦୪ରୁ ଉର୍ଦ୍ଧ୍ବ ବୃଦ୍ଧାବୃଦ୍ଧଙ୍କୁ ବଣ୍ଟନ କରାଯାଇଥିଲା । ଖଇରା ବ୍ଲକ ଗଣମାଧ୍ୟମ ପ୍ରତିନିଧିମାନେ ଏହି ବଣ୍ଟନ କାର୍ଯ୍ୟକ୍ରମରେ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ । ମୋ ଅନୁଷ୍ଠାନ ସହିତ ଜଡ଼ିତ ଥିବା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ସାହିତ୍ଯିକ/ସାହିତ୍ଯିକାମାନେ କମ୍ବଳ ବଣ୍ଟନ ପାଇଁ ଯଥା ସମ୍ଭଵ ସହାୟତା ରାଶି ପ୍ରଦାନ କରିଥିବାରୁ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ସେମାନଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Leave a Reply

Your email address will not be published.