*କିଛି ଖବର ସକାଳର *
ତାରିଖ ୧୧/୧୨/୨୦, ଶୁକ୍ରବାର

 

୧-ଫାଇଜର ଟିକା ବ୍ୟବହାର ପାଇଁ ମିଳିଲା ଅନୁମତି, ଫାଇଜର ଟିକାର ବ୍ୟବହାର ପାଇଁ ଆମେରିକା ପକ୍ଷରୁ ଜରୁରୀକାଳୀନ ଅନୁମୋଦନ ଦିଆଯାଇଛି। ବୈଜ୍ଞାନିକ ଓ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଆମେରିକାର ଏକ ବିଶେଷଜ୍ଞ କମିଟି ଏହାକୁ ଅନୁମତି ଦେଇଛନ୍ତି।

୨-ଇଞ୍ଜନିୟରିଂ ଓ ଆରକିଟେକଚର ପାଠ୍ୟକ୍ରମରେ ନାଁ ଲେଖାଇବା ପାଇଁ ଅନୁଷ୍ଠିତ ହେଉଥିବା ଜେଇଇ ମେନ୍‌ ଏଣିକି ବର୍ଷକୁ ୪ଥର ହେବ। ଆସନ୍ତା ବର୍ଷ ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି।

୩-ହରିୟାଣାରେ ଆସନ୍ତା ୧୪ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ଖୋଲିବ। ଏଥିପାଇଁ ପିଲାଙ୍କୁ କୋଭିଡ୍‌ ନେଗେଟିଭ୍‌ ସାର୍ଟିଫିକେଟ ଦାଖଲ କରିବାକୁ ପଡ଼ିବ। ପ୍ରତିଦିନ ସକାଳ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ୩ ଘଣ୍ଟା ସ୍କୁଲ ଚାଲିବ ।

୪-ବଦଳିବ ଓଡ଼ିଶା ହସ୍ତଶିଳ୍ପ ସଂଗ୍ରହାଳୟ (କଳାଭୂମି) ରୂପରେଖ। ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସଂଗ୍ରହାଳୟ ପକ୍ଷରୁ ଦୁଇଟି ନୂଆ ଗ୍ୟାଲେରୀ ଖୋଲିବାକୁ ଯୋଜନା କରାଯାଉଛି।

୫-ଖୁବଶୀଘ୍ର ଆଧାର କାର୍ଡ ପରି ଭୋଟର ଫଟୋ ପରିଚୟ ପତ୍ର (ଇପିଆଇସି) ଡିଜିଟାଲ ରୂପ ନେବାକୁ ଯାଉଛି। ଡିଜିଟାଲ ରୂପ ନେବା ପରେ ଭୋଟର ନିଜର ପରିଚୟପତ୍ରକୁ ଅନଲାଇନ ରୁ ଡାଉନଲୋଡ କରିପାରିବେ।

୬-ବିଗୁଡୁଛି ଅନଶନରେ ବସିଥିବା ଏଏନଏମ ସ୍ୱାସ୍ଥ୍ୟକର୍ମୀଙ୍କ ସ୍ୱାସ୍ଥ୍ୟବସ୍ଥା : ଗୁରୁତରଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ।

୭-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତକାଲି ନୂଆ ସଂସଦ ଭବନର ଶିଳାନ୍ୟାସ କରିଛନ୍ତି । ୨ ବର୍ଷରେ ସରିବ ନିର୍ମାଣ କାର୍ଯ୍ୟ ।

୮-ବରମୁଣ୍ଡା ଆନ୍ତଃରାଜ୍ୟ ବସ୍‌ଟର୍ମିନାଲ ଉନ୍ନତୀକରଣ କାମ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ : ୧୮୦ କୋଟି ଟଙ୍କା ଖର୍ଚ୍ଚ ହେବ, ୧୮ ମାସରେ କାମ ଶେଷ ହେବ ।

୯-୨୧ ସ୍ପେଶାଲ ଟ୍ରେନ୍‌ର ସମୟ ପରିବର୍ତ୍ତନ,ଯାତ୍ରୀଙ୍କ ସୁବିଧା ସହ ଟ୍ରେନ ପରିଚାଳନାକୁ ସହଜ କରିବାପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି।

୧୦-ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ସମ୍ବର୍ଦ୍ଧନା ଉତ୍ସବ ଆସନ୍ତା ୧୫ ତାରିଖରେ ଅନୁଷ୍ଠିତ ହେବ। ୨୦୧୫ ଓ ୨୦୧୬ ମସିହା ପାଇଁ ଓଡ଼ିଆ ସାହିତ୍ୟର ୯ଟି ବିଭାଗରେ ୧୦ଜଣ ଲେଖାଏ ସାହିତ୍ୟ ପ୍ରତିଭାଙ୍କୁ ପୁରସ୍କୃତ କରାଯିବ। 

୧୧-ଗତ ୫ ସେସନ ଧରି ବମ୍ବେ ଷ୍ଟକ ଏକ୍ସଚେଞ୍ଜରେ କାରବାର ବୃଦ୍ଧି ହୋଇଛି। ହେଲେ ଗତକାଲି ସେନସେକ୍ସ ୧୪୪ ପଏଣ୍ଟ ହ୍ରାସ ହୋଇଛି। 

୧୨-ଫେବୃଆରୀ ୫ରୁ ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌, ମାର୍ଚ୍ଚ ୨୮ରେ ଶେଷ ଦିନିକିଆ ।

✅ଅଧିକ ସତର୍କ ରହିବା ଦରକାର,କୋଭିଡ୍ ନିୟମ କଡ଼ାକଡ଼ି ପାଳନ କରିବା,ମାସ୍କ ପିନ୍ଧିବା, ଶାରୀରିକ ଦୂରତା ରଖିବା ଓ ନିୟମିତ ହାତ ଧୋଇବା ।

Leave a Reply

Your email address will not be published.