ନନ୍ଦନକାନନକୁ ୬୧ ଛୁଇଁଲା,ପ୍ରତିଷ୍ଠା ଦିବସରେ ନୂଆ ଘୋଷଣା ହେଲା

ଭୁବନେଶ୍ବର: ନନ୍ଦନକାନନକୁ ୬୧ ବ‌ର୍ଷ ଛୁଇଁଲା। ପ୍ରତିଷ୍ଠା ଦିବସରେ ସମଗ୍ର ପରିସର ନବ ବଧୂ ବେଶରେ ସଜେଇ ହୋଇଥିଲା।  ୬୧ ତମ ପ୍ରତିଷ୍ଠା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଉଦଘାଟନ କରିବା ସହ ନୂଆ ଘୋଷଣାମାନ କରିଛନ୍ତି। ସମ୍ମାନିତ ଅତିଥିଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ ମାନା ଶର୍ମା, ପ୍ରଧାନ ମୁଖ୍ୟ ବନ୍ୟ ପ୍ରାଣୀ ସଂରକ୍ଷକ ହରି ଶଙ୍କର ଉପାଧ୍ୟାୟ ଯୋଗ ଦେଉଥିଲେ ।

 ମନ୍ତ୍ରୀଙ୍କ ଦ୍ୱାରା ନୂତନ ସଫାରୀ ବସ ଷ୍ଟାଣ୍ଡ ଓ ପର୍ଯ୍ୟଟକ ସୁବିଧା କେନ୍ଦ୍ର ଉଦଘାଟନ କରାଯାଇଥିଲା। ସ୍ନେହା ବାପୁଣୀର ଜନ୍ମିତ ୨ ବାଘ ଛୁଆଙ୍କ ନାମକରଣ ଲଵ ଓ କୁଶ କରାଯାଇଥିଲା। ଦୁଇ ବିଧାୟକ ନନ୍ଦନକାନନ ଉନ୍ନତି ସମସ୍ତଙ୍କର ଉନ୍ନତି କହିଥିଲେ। ନନ୍ଦନକାନନ ଛକରୁ ଉଚ୍ଛେଦ କରାଯାଇଥିବା ନୋକାନୀଙ୍କ ଥାଇଥାନ ଦାବୀ କରିଥିଲେ।

ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ନନ୍ଦନକାନନର ବାର୍ଷିକ ପୁସ୍ତକ, କ୍ୟାଲେଣ୍ଡ ଓ ଡୋଜିଅର ଜନ୍ମୋଚନ କରାଯାଇଥିଲା। ଉଲ୍ଲେଖନୀୟ ସେବା ପାଇଁ ୧୬ ଜଣ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମନ୍ତ୍ରୀ ତାଙ୍କ ଘୋଷଣାରେ କହିଥିଲେ ଆଗାମୀ ୨୦ ବର୍ଷ ପାଇଁ ନନ୍ଦନକାନନର ବିକାଶପାଇଁ ଛଅ ସହ କୋଟି ଟଙ୍କାର ବେୟ ବରାଦ ରହିଛି । କେନ୍ଦ୍ରୀୟ ଚିଡିଆଖାନା ମଞ୍ଜିରୀ ମିଳିଲେ କାର୍ଯ୍ୟ ହେବ। ନ୍ୟୁଜିଲାଣ୍ଡର ଅନଲାଣ୍ଡ ଚିଡିଆଖାନା ସହ ସହବନ୍ଧିତାରେ କାର୍ଯ୍ୟ କରିବାକୁ ଯୋଜନା ଚାଲିଛି। ଅନେକ ଜୀବଜନ୍ତୁ ଆଣିବାକୁ ଯୋଜିନା ରହିଥିବା କହିଛନ୍ତି ମନ୍ତ୍ରୀ ଆରୁଖ । ନ୍ଦନକାନନର ନିର୍ଦ୍ଦେଶକ ଶଶି ପାଲ ବୀବରଣୀ ପାଠ କରିଥିବା ବେଳେ ଧନ୍ୟବାଦ ଦେଇଥିଲେ ଉପନିର୍ଦ୍ଦେଶକ ବିଭଳ ପ୍ରସନ୍ନ ଆଚାର୍ଯ୍ୟ।

Leave a Reply

Your email address will not be published.