ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ନିଧି ସମର୍ପଣ କାର୍ଯ୍ୟକ୍ରମ

ମୋହନା,17/1-(ପି. ସଞ୍ଜୀବ ରାଓ) ଅଯୋଧ୍ୟା ରେ ଶ୍ରୀରାମ ଙ୍କ ଭବ୍ୟ ମନ୍ଦିର ନିର୍ମାଣ ନିମନ୍ତେ ସାରା ଦେଶ ରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଚାଲିଥିବା ବେଳେ, ଗଜପତି ଜ଼ିଲ୍ଲା ମୋହନା ରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସ୍ଥାନୀୟ ନୀଳକଣ୍ଠେଶ୍ଵର ମନ୍ଦିର ରୁ ଶତାଧିକ ହିନ୍ଦୁ ଧର୍ମବଲମ୍ବି ଏକ ବିରାଟ ଶୋଭାଯାତ୍ରା ରେ ବାଜା ବାଜଣା ସହ ବାହାରି ସହର ପରିକ୍ରମା କରିଥିଲେ l ପରେ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଯୁବକ ସଙ୍ଘ ଠାରେ ଏକ ବୈଠକ ର ଆୟୋଜନ କରାଯାଇଥିଲା, ପରେ ଯୁବକ ସଙ୍ଘ ସହ ବିଶ୍ୱହିନ୍ଦୁ ପରିଷଦ ର ସଦସ୍ୟ ମାନେ ଘର ଘର ବୁଲି ଲୋକଙ୍କ ଦ୍ୱାରା ସମର୍ପିତ ନିଧି ସଂଗ୍ରହ କରିଥିଲେ l ପ୍ରଥମେ ମୋହନା ଗ୍ରାମ ପାତ୍ର ଶ୍ରୀ ପ୍ରତାପ ଚନ୍ଦ୍ର ସିଂ ପାତ୍ର ପାଞ୍ଚହଜାର ଏକ ଟଙ୍କା ନିଧି ସମର୍ପଣ କରିଥିଲେ l

Leave a Reply

Your email address will not be published.