ବିଧାନସଭାରେ ଗୃହୀତ ହେଲା କୋଭିଡ ନିୟମ ଉଲ୍ଲଂଘନ ବିଲ୍ ,ଉଲ୍ଲଂଘନ କାରୀଙ୍କୁ ୧ ଲକ୍ଷ ଟଙ୍କା ଜରିମାନା, ୨ ବର୍ଷ ଜେଲ୍

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ଦ୍ୱିତୀୟ ଦିବସରେ ସଂକ୍ରାମକ ରୋଗ ବିଲ-୨୦୨୦ ପାରିତ ହୋଇଛି । ବିରୋଧୀଙ୍କ ବିରୋଧ ସତ୍ୱେ ଏହି ବିଲ ବିଧାନସଭାରେ ଗୃହୀତ ହୋଇଛି ।  ଏହି ପରିତ ବିଲର  ଅନୁଯାୟୀ କୋଭିଡ ନିୟମ ଉଲ୍ଲଂଘନକାରୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ  ଜରିମାନା ଓ ୨ ବର୍ଷ ପର୍ଯ୍ୟନ୍ତ ଜେଲ  ଦଣ୍ଡର ବ୍ୟବସ୍ଥା ରହିଛି ।

ବିଲ ପାରିତ ହେବା ପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ନିଜ ପ୍ରତିକ୍ରୟାରେ କହିଛନ୍ତି ଏହି ବିଲକୁ ‘କୀଳା ବିଲ୍’ ବୋଲି।  ପୁଣି କହିଛନ୍ତି ଉଦ୍ଦେଶ୍ୟ ବିଧାୟକଙ୍କୁ ଜେଲରେ ରଖିବା ଓ ସାଧାରଣ ଲୋକଙ୍କୁ ୧ ଲକ୍ଷ ଯାଏ ଫାଇନ୍ ପକାଇବା ଓ ରାଜନୈତିକ ଲୋକଙ୍କୁ ଜେଲରେ ଭର୍ତ୍ତି କରି ସରକାର ବାହା ବାହା ନେବାକୁ ପ୍ରୟାସ କରୁଛନ୍ତି ।

ବିଜେପି ବିଧାୟକ ଜୟନାରାୟଣ ମିଶ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେଉଁ ଆଇନ ଥିଲା ତାହା ଯଥେଷ୍ଟ। ଯଦି ପୁଲିସ ତା କାମ ଠିକ କରିଥାଆନ୍ତା ଅସୁବିଧା ନ ଥାନ୍ତା । କେବଳ ବିରୋଧୀଙ୍କୁ ଆୟତ୍ତ କରିବାକୁ ସରକାର ଏହି ବିଲ ଆଣିଛନ୍ତି । ସରକାର ରୋଗ ନିୟନ୍ତ୍ରଣରେ ବିଫଳ ହୋଇଛନ୍ତି । ଏହି ବିଲ ବଳରେ ବିରୋଧୀଙ୍କୁ ସଜ୍ଜା ଦେଇ ଦଣ୍ଡିତ କରିବାକୁ ପ୍ରୟାସ କରାଯାଉଛି।

Leave a Reply

Your email address will not be published.