ପ୍ରକାଶ ପାଇଲା ଅଫଲାଇନ ଦଶମ ଫଳାଫଳ

ଭୂବନେଶ୍ବର, (ନାଗରାଜ ନ୍ଯୁଜ): ପ୍ରକାଶ ପାଇଲା ଅଫଲାଇନ ଦଶମ ଫଳାଫଳ । କରୋନା ପାଇଁ ଏଥର ମାଟ୍ରିକ ପରୀକ୍ଷା ହୋଇପାରିନଥିଲା। ସେଥିପାଇଁ ଏକ ନିର୍ଦ୍ଦିଷ୍ଟ ପଦ୍ଧତିରେ ପିଲାଙ୍କୁ ମାର୍କ ଦେଇ ଯାଇ ବାହାର କରାଯାଇଥିଲା ରେଜଲ୍ଟ  କିନ୍ତୁ ସେଥିରେ ଅନେକ ପିଲା ଅସନ୍ତୋଷ ପ୍ରକାଶ କରିଥିବାରୁ ସେମାନଙ୍କ ପାଇଁ ପରୀକ୍ଷାର ବ୍ୟବସ୍ଥା କରାଯାଇଥିଲା । ୫୦୪ ସେଣ୍ଟରରେ ୧୫ ହଜାରରୁ ଅଧିକ ପିଲା ଏହି  ପରୀକ୍ଷା ଦେଇଛନ୍ତି। ଗତ ମାସ ଜୁଲାଇ ୩୦ ତାରିଖରୁ ଆରମ୍ଭ ହୋଇ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ।

ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ୮୪୯୧ ମଧ୍ୟରୁ ୫୨୩୩ ଜଣ ପାସ୍ କରିଛନ୍ତି । ୧୪୧ ଜଣ ଛାତ୍ରଛାତ୍ରୀ ଫେଲ୍ ହୋଇଛନ୍ତି। ମୋଟ ପାସ୍ ହାର ୮୦.୮୩ ପ୍ରତିଶତ ରହିଛି । ସେମାନହ୍କ ମଧ୍ୟରୁ ପାସ୍‌ଙ୍କ ମଧ୍ୟରୁ ପୁଅ ୩୧୦୦, ଝିଅ- ୨୧୩୩ ପାସ୍ କରିଛନ୍ତି । ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ଦେଇଥିଲେ ଅଫଲାଇନ ପରୀକ୍ଷା। 

ମାଟ୍ରିକ ଅଫଲାଇନ ପରୀକ୍ଷାରେ ୨୭୧ ପିଲାଙ୍କ ଗ୍ରେଡ ବଢ଼ିଲା । ଅନଲାଇନ ମାର୍କିଂରେ ଯେତିକି ପାଇଥିଲେ ଅଫଲାଇନରେ ମାର୍କ ବଢ଼ିଲା । ତେବେ ୪୫୯ ଛାତ୍ରଛାତ୍ରୀଙ୍କ ଅଫଲାଇନ ଗ୍ରେଡ ହ୍ରାସ ପାଇଲା। ଅନଲାଇନରେ ପାଇଥିବା ଗ୍ରେଡ ଅଫ୍ ଲାଇନ୍‌ରେ ଖସିଗଲା । ଅନଲାଇନ ମାର୍କିଂରେ ଅସନ୍ତୁଷ୍ଟ ହୋଇ ଅଫଲାଇନ ପରୀକ୍ଷା ଦେଇଥିଲେ । 

Leave a Reply

Your email address will not be published.