୬ କୋଟି ଟଙ୍କାର ପୁରସ୍କାର ଜିତିଲେ ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଅଲମ୍ପିକରେ ସ୍ୱର୍ଣ୍ଣ ବିଜେତାଙ୍କୁ ୬ କୋଟି ଟଙ୍କା ପୁରସ୍କାର ଘୋଷଣା କରାଯିବ, ଏନେଇ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏବେ ପାରା ଅଲମ୍ପିକରେ ସ୍ୱର୍ଣ୍ଣ ହାସଲ କରିବା ପରେ ପ୍ରମୋଦ ଭଗତଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି । ପାରା ଅଲମ୍ପିକ୍ ସ୍ୱର୍ଣ୍ଣ ବିଜେତା ତଥା ଓଡ଼ିଆ ପୁଅ ପ୍ରମୋଦ ଭଗତ ଟୋକିଓ ପାରା ଅଲମ୍ପିକରେ ପୁରୁଷ ବ୍ୟାଡମିଣ୍ଟନ୍‌ରେ ସ୍ୱର୍ଣ୍ଣ ପଦକ ହାସଲ କରି ପୁରା ଦେଶକୁ ଗୌରବାନିତ୍ୱ କରିଛନ୍ତି ।

ପ୍ରମୋଦଙ୍କ ଏହି ସ୍ୱର୍ଣ୍ଣିମ ସଫଳତା ପାଇଁ ପୁରା ଦେଶ ଗର୍ବିତ ଥିବା ବେଳେ ଓଡ଼ିଶା ସରକାର ପ୍ରମୋଦଙ୍କ ପାଇଁ ଆଜି ୬ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏହା ସହିତ ରାଜ୍ୟ ସରକାରଙ୍କ ଅଧିନରେ ‘ଗ୍ରୁପ୍‌-ଏ’ ଚାକିରୀ ଦିଆଯିବ ବୋଲି ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଯାହାକୁ ନେଇ ଏବେ ପାରା ଅଲମ୍ପିକରେ ସ୍ୱର୍ଣ୍ଣ ହାସଲ କରିବା ପରେ ପ୍ରମୋଦ ଭଗତଙ୍କ ପାଇଁ ଏହି ପୁରସ୍କାର ରାଶି ଘୋଷଣା କରାଯାଇଛି ।

Leave a Reply

Your email address will not be published.