ପବିତ୍ର ମହାଳୟା ପାଇଁ ସ୍ୱତନ୍ତ୍ର ରେଳ ଯାତ୍ରା କରିପାରିବେ ଯାତ୍ରୀ

କଟକ, (ଭରତ ମହାରଣା): ପବିତ୍ର ମହାଳୟା ପାଇଁ ଭାରତୀୟ ରେଳ କ୍ୟାଟେରିଙ୍ଗ୍ ଏବଂ ପର୍ଯ୍ୟଟନ ନିଗମ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ମହାଳୟାରେ ବାରାଣାସୀ, ଆହ୍ଲାବାଦର ତ୍ରିବେଣୀ ସଙ୍ଗମ ଏବଂ ଗୟା ଠାରେ ପିଣ୍ଡଦାନ କରିବା ପାଇଁ ଏକ ସ୍ୱତନ୍ତ୍ର ଟ୍ରେନ୍ କଟକ ଷ୍ଟେସନରୁ ଯାତ୍ରା କରିବ । ଆସନ୍ତା ସେପ୍ଟେମ୍ବର ୨୫ରୁ ଅକ୍ଟୋବର ୧ ତାରିଖ ଯାଏଁ ଯାତ୍ରା କରିବ ଟ୍ରେନ୍ । ୬ ରାତି ୭ ଦିନ କରାଯାଇଥିବା ଏହି ସ୍ୱତନ୍ତ୍ର ଟ୍ରେନ୍ ପାଇଁ ସ୍ପେଶାଲ୍ ପ୍ୟାକେଜର ବ୍ୟବସ୍ତା କରାଯାଇଛି ।

ଫାଷ୍ଟ କୋଚ୍ ବା ନନ୍ ଏସି ପାଇଁ ୬୬୨୦ ଟଙ୍କା ଏବଂ ଏସି କ୍ଲାସ୍ ପାଇଁ ୧୧ ହଜାର ତିରିଶ ଟଙ୍କା ରହିଛି। ଏହି ଦୁଇଟି ପ୍ୟାକେଜରେ ୩ ଓଳି ଖାଦ୍ୟ ସହ ଚା, କଫିର ମଧ୍ୟ ବ୍ୟବସ୍ଥା ରହିଛି‌ । ଏହା ସହ ରହଣୀ ସ୍ଥାନରେ ହୋଟେଲ୍ ବା ଧର୍ମଶାଳାର ବ୍ୟବସ୍ଥା ରହିଥିବା ବେଳେ ଲୋକଙ୍କ ସହ ସୁରକ୍ଷାକର୍ମୀ ମଧ୍ୟ ନିୟୋଜିତ ରହିବେ ଏବଂ ଯାତ୍ରା ସମ୍ପୁର୍ଣ୍ଣ ସରକାରଙ୍କ କୋଭିଡ୍ ନିୟମରେ ହେବ ବୋଲି ନିଗମ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି‌ ।

ଏବେ ସୁଦ୍ଧା ୫୦ ପ୍ରତିଶତ ବୁକିଂ ଶେଷ ହୋଇଯାଇଥିବାରୁ ବାକିତକ ବୁକିଂ ଖୁବଶୀଘ୍ର ଶେଷ ହେବ ବୋଲି ଆଶା ରଖିଛି ନିଗମ । ତେବେ ଯେଉଁମାନେ ଏହି ସୁବିଧା ଚାହୁଁଛନ୍ତି ସେମାନେ ଅନ୍ ଲାଇନ୍ ରେ ବୁକିଂ କରିପାରିବେ । IRCTC.COM ରେ ବୁକିଂ କରିପାରିବେ । ଯଦି ଅନ୍ ଲାଇନ୍ କରି ପାରୁନାହାନ୍ତି ତେବେ କଟକ ଷ୍ଟେସନର ଏକ ନମ୍ବର ଫ୍ଲାଟଫର୍ମ ରେ ଫୁଡ୍ ପ୍ଲାଜା ଠାରେ ବୁକିଂ କରିପାରିବେ ବୋଲି କହିଛନ୍ତି ନିଗମର ଭୁବନେଶ୍ୱର ଆଞ୍ଚଳିକ ପ୍ରବନ୍ଧକ ଡକ୍ଟର କ୍ରାନ୍ତି ସାୱରକର୍ ।

Leave a Reply

Your email address will not be published.