ଭଗବାନ ଭରସା ରେ ଚାଲିଛି ପାଟଣାଗଡ଼ ଉପଖଣ୍ଡ ଚିକତ୍ସାଳୟ

ନାଗରାଜ ନ୍ୟୁଜ୍:ଭଗବାନଙ୍କ ଭରସା ରେ ଚାଲିଛି ପାଟଣାଗଡ଼ ଉପଖଣ୍ଡ ଚିକତ୍ସାଳୟ ।ଏହି ଚିକତ୍ସାଳୟ ଉପରେ ପାଟଣାଗଡ଼ ସଙ୍ଗେସଙ୍ଗେପଦ୍ମପୁର,ଖରିଆର,କଣ୍ଟାବାଞ୍ଜି ଅଞ୍ଚଳର ହଜାର ହଜାର ଲୋକ ନିର୍ଭର କରନ୍ତି ।  ଦୁଃଖ ଓ ପରିତାପର ବିଷୟ ଏଠାରେ ସର୍ବଦା ଡାକ୍ତରଙ୍କ ଅଭାବ ଲାଗିରହିଛି । ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ଚଳାଉଛନ୍ତି ଦୁଇ ଜଣ ସଦ୍ୟ MBBS ଏବଂ ଦୁଇ ଜଣ ଅବସରପ୍ରାପ୍ତ MBBS । ସ୍ଥାୟୀ ଡାକ୍ତର ଙ୍କ ଅପେକ୍ଷା ଏଠାରେ ଅସ୍ଥାୟୀ ଡାକ୍ତରଙ୍କ ସଂଖ୍ୟା ବେସି ।

 

ଏଠାରେ ବିଭାଗ ଅଛି,ବିଭାଗ ଚଲେଇବା ପାଇଁ ସରଞ୍ଜାମ ଅଛି, ହେଲେ ଦୁଃଖର ବିଷୟ ସେହିସବୁ  ବିଭାଗରେ ଡାକ୍ତର ନାହାନ୍ତି ।ବିଶେଷଜ୍ଞ ଡାକ୍ତର ଏଠାରେ outdoor ରେ ବସନ୍ତି ନାହିଁ ।କେବଳ ଦୁଇ ତିନି ଘଣ୍ଟା ରେ ରୋଗୀ ଦେଖୀ ଚାଲିଯାନ୍ତି ନିଜନିଜ କ୍ଲିନିକ କୁ ।

ପ୍ରଶାସନ ଏଠାରେ ଅସହାୟ ହୋଇଥିବାବେଳେ ଜନସାଧନରଣ ଏଠାରେ ସାଜିଛନ୍ତି ନିରବ ଦ୍ରଷ୍ଟା। କାହାରିକୁ ଦେଖାଯାଉନାହିଁ ଡାକ୍ତରଖାନାର ଏପରି ଅବସ୍ଥା,ବ୍ୟବସ୍ଥା ଓ  ରୋଗୀଙ୍କ ଦୁଃଖ ର୍ଦୁଦଶା।  ରାଜନେତା ସାଜିଛନ୍ତି ଧୃତରାଷ୍ଟ୍ର । କେବେ ଦେଖାଯିବ ସେମାନଙ୍କୁ ରୋଗୀଙ୍କ ଦୁଃଖ । କେବେ ରୋଗୀଙ୍କୁ ଡାକ୍ତରଖାନା ରେ ମିଳିବ ତାଙ୍କର ମୌଳିକ ଅଧିକାର ବାସ୍ତବରେ ଏହା ଏକ ବିରାଟ ପ୍ରଶ୍ନବାଚୀ…………?

କେବେ ନଜର ପଡିବ ଜିଲ୍ଲାପାଳଙ୍କର………….?

କେବେ ନଜର ପଡିବ ସ୍ୱାସ୍ଥ୍ୟମନ୍ତ୍ରୀଙ୍କର…………..?

କେବେ ନଜର ପଡିବ ମୁଖ୍ୟ ମନ୍ତ୍ରୀଙ୍କର…………..?

କେବେ ନଜର ପଡିବ ଜନପ୍ରତିନିଧି ମାନଙ୍କର……?

ଆଶ ଭରସା ରଖି ଅପେକ୍ଷା କରିଛନ୍ତି ଜନସାଧାରଣ।

                                                                                    ପାଟଣାଗଡ଼ରୁ ଯୁଧିଷ୍ଠିର ମିର୍ଧା ଙ୍କ ରିପୋର୍ଟ

 

 

Leave a Reply

Your email address will not be published.