ଗର୍ଭବତୀଙ୍କୁ ଖୁବ ଶୀଘ୍ର ଦିଆଯିବ ଟିକା, ସୂଚନା ଦେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୂବନେଶ୍ବର: ରାଜ୍ୟରେ କରୋନା ମହାମାରୀ ହ୍ରାସ ପାଇବାରେ ଲାଗିଛି । ତଥାପି ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନି ଓଡିଶା । କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି । ଏହି ପରିପ୍ରେକ୍ଷୀରେ ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଟିକାକରଣ ଆରମ୍ଭ କରାଯିବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି । ସେ କହିଛନ୍ତି ଯେ, ଗର୍ଭବତୀଙ୍କୁ ଟିକାକରଣ ପାଇଁ ନିର୍ଦ୍ଦେଶ ଆସିଛି । ଖୁବଶୀଘ୍ର ଏହା ଆରମ୍ଭ କରାଯିବ । ଏବେ ୫୦୦ ରୋଗୀ ଭେଣ୍ଟିଲେଟର ଓ ଆଇସିୟୁରେ ୨ ହଜାର ରୋଗୀ ଅଛନ୍ତି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ।

ରାଜ୍ୟରେ କରୋନା ସ୍ଥିତି ଓ ଟିକାକରଣ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତିଯେ, ‘ବି’ କ୍ୟାଟେଗୋରୀରେ ଥିବା ଜିଲ୍ଲାଗୁଡ଼ିକରେ ଅନକଣ୍ଟ୍ରୋଲ ମୁଭମେଣ୍ଟ ଅଛି । ସରକାର ସେଠାରେ ପର୍ଯ୍ୟାୟ କ୍ରମେ ଅନଲକ ଆରମ୍ଭ କରିଛନ୍ତି ।ଭାଇରସକୁ ଅନୁକୂଳ ପରିବେଶ ମିଳିବା ଯୋଗୁଁ ଟ୍ରାନ୍ସମିଶନ ହେଉଛି । ଆମେ ସମସ୍ତେ ଗାଇଡଲାଇନ ମାନିଲେ ସଂକ୍ରମଣ ନିଶ୍ଚିତ କମିବ । ଆଶାକରୁଛୁ ଜୁଲାଇ ମଧ୍ୟଭାଗ ବେଳକୁ ରାଜ୍ୟରେ ପଜିଟିଭ କେସ କମିବ ।

Leave a Reply

Your email address will not be published.