ମହାପ୍ରଭୁଙ୍କ କୃଷ୍ଣଲୀଳା ନିମନ୍ତେ ବଡମନ୍ଦିରରେ ପ୍ରସ୍ତୁତି ଆରମ୍ଭ

ପୁରୀ, (ନାଗରାଜ ନ୍ଯୁଜ): ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବରୁ ବଡ଼ଦେଉଳରେ ଆରମ୍ଭ ହେବ ମହାପ୍ରଭୁଙ୍କ କୃଷ୍ଣଲୀଳା । ଏଣୁ ଗୁରୁବାର ପହଞ୍ଚିଛି ଜନ୍ମ ବିଧିରେ ଆବଶ୍ୟକ ସାମଗ୍ରୀ ।ଅଗଷ୍ଟ ୩୦ ତାରିଖ ଅର୍ଥାତ ସୋମବାର ଶ୍ରୀମନ୍ଦିରରେ ଜନ୍ମାଷ୍ଟମୀ । ବଡ଼ବାଡ଼ର ମୁଖ୍ୟ କମାର ସେବକ ବେଡ଼ି, ଶାମୁକା ଓ ଛୁରି ଶ୍ରୀମନ୍ଦିର ପ୍ରଶାସନ ଜିମା ଦେଇଛନ୍ତି । ରବିବାର ଭାଦ୍ରବ କୃଷ୍ଣପକ୍ଷ ସପ୍ତମୀରେ ଜନ୍ମର ପୂର୍ବ ବିଧି ପାଳନ ହେବ । ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ପାଇଁ ଆବଶ୍ୟକ ଲୁହା ତିଆରି ବେଡ଼ି, ଛୁରି ଓ ଶାମୁକା ପ୍ରସ୍ତୁତ ହୋଇ ଶ୍ରୀମନ୍ଦିର ପ୍ରଶାସନ ଜିମା ଦିଆଯାଇଛି । ସେଦିନ ଶ୍ରୀମନ୍ଦିର ଶ୍ରୀଜଗନ୍ନାଥଙ୍କୁ ଯେଉଡ ଭୋଗ ଲାଗି କରାଯିବ । ଗର୍ଭଯନ୍ତ୍ରଣାରୁ ଉପଶମ ପାଇଁ ଏହା ଉଦ୍ଦିଷ୍ଟ ।

ଶ୍ରୀକୃଷ୍ଣଙ୍କ ଜନ୍ମଠାରୁ ସମସ୍ତ ଲୀଳାଗୁଡିକ ଶ୍ରୀମନ୍ଦିରରେ ଅନୁଷ୍ଠିତ ହୋଇଥାଏ । ଏହି ସମୟରେ ଶ୍ରୀବିଗ୍ରହଙ୍କୁ ବିଭିନ୍ନ ବେଶ କରାଯାଏ । ଶ୍ରୀବଳଭଦ୍ରଙ୍କ ବାଡ଼ର ମୁଖ୍ୟ କମାର ସେବକ ଜଗନ୍ନାଥ ମହାରଣା ନିର୍ଦ୍ଦିଷ୍ଟ ମାପର ୨ଟି ବେଡ଼ି,୨ଟି ଛୁରି ଓ ୨ଟି ଶାମୁକା ତିଆରିଛନ୍ତି । ବସୁଦେବଙ୍କ ଗୋଡ଼ରେ ବେଡ଼ି ପଡ଼ିବ । ଜନ୍ମ ନୀତିରେ ଶାମୁକା ବ୍ୟବହାର ହୋଇଥାଏ ବୋଲି ଜଗନ୍ନାଥ କହିଛନ୍ତି । ସନ୍ଧ୍ୟାଧୂପ ନୀତି ପରେ ଠାକୁରଙ୍କ ଜନ୍ମାଷ୍ଟମୀ ବିଧି ଅନୁଷ୍ଠିତ ହେବ । ସେହି ସମୟରେ ଦର୍ଶନ କଟକଣା ରହିବ ।

ମହାପ୍ରଭୁଙ୍କ ବନଭୋଜି ବେଶ ସହ କୋଳିବିକା, ବକାସୁର ଓ ଅର୍ଘାସୁର ବଧ, କାଳୀୟ ଦଳନ ବେଶ ଓ ଧେନୁକାସୁର ବଧ, ପ୍ରଳମ୍ବାସୁର ବଧ ଓ କୃଷ୍ଣ ବଳାରାମ ବେଶ, ବସ୍ତ୍ର ହରଣ ଲୀଳା ଓ ସପ୍ତପୁରୀ ଅମାବାସ୍ୟା, ଦାବାଗ୍ନି ଲୀଳା, ନିକୁଞ୍ଜ ଲୀଳା, ଭାଦ୍ରବ ଶୁକ୍ଳ ତୃତୀୟାରେ ଅନ୍ଧ ମନ୍ଦିର ହାତୀ ପ୍ରସ୍ତାବ, ବିମ୍ବାସୁର ବଧ ଲୀଳା, କୃଷ୍ଣଲୀଳା ଓ ଲବଣିଖିଆ ନୀତି ପାଳିତ ହେବ । ବନଭୋଜି ବେଶ ଓ କାଳୀୟଦଳନ ବେଶରେ କୃଷ୍ଣଙ୍କ ଭଳି ଦୃଶ୍ୟମାନ ହୁଅନ୍ତି ମହାପ୍ରଭୁ । ଏହି ଦେବ ନୀତିରେ ଶ୍ରୀକ୍ଷେତ୍ରବାସୀ ଜାଗା-ଆଖଡ଼ା ମାଧ୍ୟମରେ ପ୍ରତ୍ୟକ୍ଷ ଭାବେ ଅଂଶ ଗ୍ରହଣ କରିଥାନ୍ତ।

Leave a Reply

Your email address will not be published.