ନରସିଂହପୁରର ଇକୋ ରିଟ୍ରିଟ ହେବ


କଟକ : କଟକ ଜିଲ୍ଲା ନରସିଂହପୁର କମଳାଡିହ ଗ୍ରାମ ପଞ୍ଚାୟତ ବାଲିପୁଟ ର ମହାନଦୀ କୂଳରେ ଥିବା ସାତକୋଶିଆ ଗଣ୍ଡ ଠାରେ ଚଳିତ ବର୍ଷ ନୂତନ ଭାବେ ଇକୋ ରିଟ୍ରିଟ୍ ର ଶୁଭାରମ୍ବ ହେବ।ଆସନ୍ତା କାଲି କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ , କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଏହାର ଶୁଭ ଉଦଘାଟନ ହେବ।ଗତବର୍ଷ କୋଣାର୍କ ଚନ୍ଦ୍ରଭାଗା ରେ ଇକୋ ରିଟ୍ରିଟ୍ ଆରମ୍ବ ହୋଇଥିବା ବେଳେ ଚଳିତ ବର୍ଷ ସାତକୋଶିଆ ବାଲିପୁଟ ସମେତ ରାଜ୍ୟର କୋଣାର୍କ, ହୀରାକୁଦ, ଭିତରକନିକା ଓ ଦାରିଙ୍ଗବାଡିରେ ମଧ୍ୟ ଆରମ୍ଭ ହେବାକୁ ଯାଉଛି।ସାତକୋଶିଆ ଗଣ୍ଡର ବାଲିପୁଟ ମହାନଦୀ ଅବବାହିକ ରେ ଏହି ସେବା ଉପଲବ୍ଧ ହେବ।ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ଏହି ସେବା ଯୁଦ୍ଧ କାଳୀନ ଭିତରେ ଆରମ୍ଭ ହୋଇଛି। ବାଲିପୁଟ ଠାରେ ୨୫ ଟି କଟେଜ ର ବ୍ୟବସ୍ଥା ରହିଛି।ଆସନ୍ତା କାଲି ଏହାର ଭରଚୁଆଲ ଜରିଆରେ ଉଦଘାଟନ ହେବ।ଫେବୃଆରୀ ୨୮ ପର୍ଯ୍ୟନ୍ତ ଚାଲିବ ଏହାକୁ ଅନଲାଇନ ରେ ବୁକିଂ କରିପାରିବେ।କଟକ ଜିଲ୍ଲାରେ ପ୍ରଥମ ତଥା ନରସିଂହପୁର ବ୍ଲକର ବାଲିପୁଟ ରେ ଏହି ସେବା ଆରମ୍ବ କରିବା ସହ ଅବହେଳିତ ଅବସ୍ଥାରେ ଥିବା ସାତକୋଶିଆ ବାଲିପୁଟକୁ ଏକ ସ୍ୱତନ୍ତ୍ର ସ୍ଥାନ ର ପରିଚୟ ଦେବା ସହ ପର୍ଯ୍ୟଟକ ମାନଙ୍କ ପାଇଁ ସ୍ଵତନ୍ତ୍ର ସୁବିଧା ଯୋଗାଇ ଦେବାରେ ବିଧାୟକ ଦେବୀ ପ୍ରସାଦ ମିଶ୍ର ନରସିଂହପୁର ବାସୀ କୃତଜ୍ଞତା ଜଣାଇଛନ୍ତି।

Leave a Reply

Your email address will not be published.