୩୦ ପ୍ରତିଶତ ହ୍ରାସ ପାଇବ ସଲାବସ: ସମୀର ଦାଶ

ଭୂବନେଶ୍ବର: ଗତବର୍ଷ ଭଳି ଚଳିତ ଶିକ୍ଷା ବର୍ଷରେ ମଧ୍ୟ ଶତକଡା ୩୦ ପ୍ରତିଶତ ସିଲାବସ ହ୍ରାସ କରାଯିବ । ଏନେଇ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଏଥର ମଧ୍ୟ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠ୍ୟକ୍ରମ ହ୍ରାସ କରାଯିବ ।

ତେବେ ସ୍କୁଲ ଖୋଲିବା ଲାଗି କୌଣସି ନିଷ୍ପତ୍ତି ଗ୍ରହଣ କରାଯାଇନି । ବର୍ତ୍ତମାନ ଅନଲାଇନରେ କ୍ଲାସ ଜାରି ରହିବ । ଅନଲାଇନ କ୍ଲାସ ସବୁ ଜିଲ୍ଲାରେ କାର୍ଯ୍ୟକାରୀ ହୋଇପାରୁନଥିବାରୁ ସିଲାବସ ହ୍ରାସ କରିବା ଲାଗି ନିଷ୍ପତ୍ତି ହୋଇଛି । ସୂଚନାଯୋଗ୍ୟ, କରୋନା ସଂକ୍ରମଣ ଓ ଲକଡାଉନ ଲାଗି ଛାତ୍ରଛାତ୍ରୀଙ୍କ ପାଠପଢା ବ୍ୟାଘାତ ହୋଇଥିବାରୁ ଗତ ଶିକ୍ଷାବର୍ଷରେ ମଧ୍ୟ ପାଠ୍ୟକ୍ରମ ହ୍ରାସ କରାଯାଇଥିଲା ।

Leave a Reply

Your email address will not be published.