୭ ତାରିଖରେ ଉଚ୍ଚ ଅଦାଲତରେ ସ୍କୁଲ ଫି ମାମଲାର ଶୁଣାଣି


କଟକ :ସ୍କୁଲ୍ ଫି ମାମଲାର ଶୁଣାଣି ଆଜି ହାଇକୋର୍ଟ ରେ ହୋଇଛି। ଏହି ମାମଲାକୁ ନେଇ ସତ୍ୟାପାଠ ରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ରାଜ୍ୟ ସରକାରଙ୍କୁ ଗତ ଶୁଣାଣି ସମୟରେ ହାଇକୋର୍ଟ କହିଥିଲେ। ତେବେ ସରକାରଙ୍କ ପକ୍ଷରୁ ଆଜି ସତ୍ୟାପାଠ ମାଧ୍ୟମରେ ଆଭିମୁଖ୍ୟ ସମ୍ପର୍କରେ ସ୍ପଷ୍ଟ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ,ରାଜ୍ୟରେ ବହୁ ସଂଖ୍ୟକ ସରକାରୀ ସ୍କୁଲ୍ ଥିବାବେଳେ ବେସରକାରୀ ସ୍କୁଲ୍ କୁ ଅବିଭାବକମାନେ କାହିଁକି ପିଲାମାନଙ୍କୁ ପଢାଉଛନ୍ତି। ଏହାର ଜବାବରେ ପିଟିସନର୍ ଦର୍ଶାଇଛନ୍ତି କି ବେସରକାରୀ ସ୍କୁଲ୍ ବହୁ ଉଚ୍ଚସ୍ତରକୁ ଯାଇପାରିଛି। ଆଉ ସ୍କୁଲ୍ ର ଗ୍ରେଡେସନ୍ ଅନୁସାରେ ସରକାରୀ ସ୍କୁଲ୍ ପରୀକ୍ଷାରେ ସଂସ୍କାର ଆସି ନ ଥିବା ବେଳେ ପ୍ରଶ୍ନପତ୍ର ଲିକ୍ ମଧ୍ୟ ହେଉଛି। ସେଥିପାଇଁ ଅବିଭାବକମାନେ ବେସରକାରୀ ଉପଯୁକ୍ତ ସ୍କୁଲ୍ କୁ ପାଠ ପଢାଇବା ପାଇଁ ବାଛିଛନ୍ତି ବୋଲି ପିଟିସନର୍ ସତ୍ୟାପାଠ ରେ ଦର୍ଶାଇଛନ୍ତି। ତେବେ ଏହି ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି କି ପଞ୍ଜାବ, ହରିଆନା,ଦିଲ୍ଲୀ ସରକାର ଏଥିପାଇଁ ଏକ ଆଇନ୍ ଆଣିଛନ୍ତି। ତେଣୁ ରାଜ୍ୟ ସରକାର କାହିଁକି ଆଇନ୍ ଆଣୁନାହାନ୍ତି ବୋଲି ହାଇକୋର୍ଟ ମଧ୍ୟ କହିଛନ୍ତି। ତେବେ ମାମଲାର ଶୁଣାଣୀ ଆସନ୍ତା ୭ ତାରିଖରେ କରାଯିବ ବୋଲି ଆବେଦନକାରୀ ଙ୍କ ଓକିଲ ବିଭୁତିଭୁଷଣ ଚୌଧୁରୀ ସୂଚନା ଦେଇଛନ୍ତି।

Leave a Reply

Your email address will not be published.