ନିଶାଦେଇ ଲୁଟୁଥିବା ଗ୍ୟାଙ୍ଗର ୬ ସଦସ୍ୟ ଗିରଫ,ଔଷଧ ଦୋକାନୀ ସାମିଲ

  • ଭୁବନେଶ୍ବର : ରାଜଧାନୀ ଭୁବନେଶ୍ବରରେ ବେଶ୍ କିଛି ଦିନହେବ ଲୋକମାନଙ୍କୁ ନିଶା ଦେଇ ଅଚେତକରି ଲୁଟ୍ କରାଯାଉଥିବା ଖବର ଆସୁଥିଲା। ନିଶା ଦେଇ ଲୁଟଥିବା ଗ୍ୟାଙ୍ଗର ୬ ଜଣ ସଦସ୍ୟଙ୍କୁ କମିଶନରେଟ ପୋଲିସ ଗିରଫ କରିଛି । ପ୍ରଥମେ ଲୁଟି ପାଇଁ ନିର୍ଦ୍ଧିଷ୍ଟ ଯାତ୍ରୀଙ୍କୁ ଟାରଗେଟ୍ କରି ତାଙ୍କ ସହ ବନ୍ଧୁତା କରୁଥିଲେ।  ପରେ ତାଙ୍କୁ ଖାଦ୍ୟ କିମ୍ବା ପାନୀୟରେ ନିଶା ଦେଇ ଲୁଟ କରି ନେଉଥିଲେ ଏମାନେ। । ପୋଲିସ ୬ଜଣିଆ  ଲୁଟେରା ଗ୍ୟାଙ୍ଗକୁ ଗିରଫ କରିବା ପରେ ଏମାନଙ୍କ ମଧ୍ୟରେ ଜଣେ ଔଷଧ ଦୋକାନୀ ସାମିଲଥିବା ଜାଣିବାକୁ ପାଇଛି।  । ଔଷଧ ଦୋକାନୀ ଜଣକ ଲୁଟେରାଙ୍କୁ ନିଶା ଔଷଧ ଯୋଗାଉଥିବା ପୁଲିସ ଜାଣିବାକୁ ପାଇଛି। ଲୁଟେରାଙ୍କ ଠାରୁ ଗୋଟେ ବାଇକ୍ ଓ ୪୦ଗ୍ରାମ ସୁନା ଜବତ କରିବା ସହିତ ଅଧିକ ତଥ୍ୟ ହାସଲ ପାଇଁ ଖେଳତାଡ କରୁଛି।

Leave a Reply

Your email address will not be published.