ଅଣସର ଘରେ ରହିଛନ୍ତି ଶ୍ରୀଜିଉ

ପୁରୀ: ଗତକାଲି ଥିଲା ମହାପ୍ରଭୂଙ୍କ ସ୍ନାନଯାତ୍ରା । ସ୍ନାନମଣ୍ଡପରେ ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ମହାପ୍ରଭୂଙ୍କୁ ସ୍ନାନ କରାଯାଇଥିଲଆ । ଏବେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ । ଅସୁସ୍ଥତା କାରଣରୁ ଅଣସର ଘରେ ରହିଛନ୍ତି ଶ୍ରୀଜିଉ।

ଗତକାଲି ରାତିରେ ସ୍ନାନବେଦୀରୁ ବାହୁଡ଼ା ପହଣ୍ଡିରେ ଯିବା ବେଳେ ଅଣସର ପିଣ୍ଡିରେ ଅଟକିଛନ୍ତି ତିନି ଠାକୁର । ଚାଲିଛି ମହାପ୍ରଭୁଙ୍କ ଜ୍ବରର ଉପଚାର । କେବଳ ଏକ ଦୀପକୁ ଛାଡ଼ିଦେଲେ ଅଣସର ପିଣ୍ଡିରେ ଘନ ଅନ୍ଧକାର ମଧ୍ୟରେ ଚାଲିଛି ଗୁପ୍ତ ନୀତି । ବୈଦ୍ୟଙ୍କ ପରାମର୍ଶ କ୍ରମେ ଜ୍ୱର ପୀଡ଼ିତ ଶ୍ରୀଜିଉଙ୍କୁ ସୁସ୍ଥ ହେବା ପାଇଁ ପଥି ଦିଆଯାଇଛି । ଘଣ୍ଟଘଣ୍ଟା ବାଜିବା, ସବୁକିଛି ବାରଣ କରାଯାଇଛି।

Leave a Reply

Your email address will not be published.