ଶବର ସମାଜର ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର: ଓଡିଶା ରାଜ୍ୟ ସ୍ତରୀୟ ଶବର, ସଓରା ଓ ସହରା ସମାଜର ଭାରଚୁଆଳ ମହାସଭା ଅନୁଷ୍ଠିତ ହୋଇଯାଇଛି । ଓଡିଶାର ୩୦ଟି ଜିଲ୍ଲାରେ ବସବାସ କରୁଥିବା ଶବର, ଶହରା , ଶଓରା, ସଉରା, ଆର୍ଶୀ ସଓରା, ବସେଦ ଶଓରା, ଭୀମ୍ମା ଶଓରା, ଚୁମୁରା ଶଓରା, ଜାରା ଶବର, ଜଦୁ ଶବର, ଜତି ଶଓରା, , ଜୁଆରି ଶଓରା, କମ୍ପ ଶଓରା, କିଣ୍ଡlଲ ଶଓରା, କଳାପିଠିଆ ଶଓରା, କିରାତ ଶଓରା, ଲାଞ୍ଜିଆ ଶଓରା, ଲରିଆ ଶବର, ଲୁଆର ଶଓରା, ଶରଦ୍ଦା ଶଓରା, ଟଙ୍କଲା ଶଓରା, ବେଶୁ ଶଓରା ଏବଂ ଲୋଧା ସମାଜର ୩୦୦ରୁ ଉର୍ଦ୍ଧ ସଭାପତି,ସମ୍ପାଦକ କର୍ମକର୍ତ୍ତା ବୈଠକ ରେ ଅଂଶ ଗ୍ରହଣ କରିଥିଲେ।

ଗୁଗଲ ମିଟ ମହାସଭା ଆରମ୍ଭ ପୂର୍ବରୁ ଶବରଙ୍କ ଆରାଧ୍ୟ ଭଗବାନ ନୀଳମାଧବ, ଜନାଙ୍ଗଲୋ, ସବରୀ, ପୂର୍ବଜ ଜାରା ଶବର, ବିଶ୍ୱାବସୁ ଶବର,ଶବରୀନାରାୟଣଙ୍କ ପୂଜା ଅର୍ଚନା କରି ପ୍ରାର୍ଥନା କରିଥିଲେ । ଓଡିଶା ତଥା ଭାରତ ଦେଶର ଆଦିମ ଜନଜାତି ଶବର ମାନଙ୍କ ସର୍ବ ପ୍ରାଚୀନ ମହାନ ସଂସ୍କୃତି , ପ୍ରଥା ପରମ୍ପରା, ଐତିହ୍ୟ, ଭାଷା, କଳା ଭାସ୍କର୍ଯ୍ୟ, ସ୍ଥାପତ୍ୟ, ଧର୍ମ, ସୁରକ୍ଷା, ସଂରକ୍ଷଣ ଏବଂ ପୁନରୁଦ୍ଧାର, ପ୍ରଚାର ପ୍ରସାର କରିବା, ନିଶା ନିବାରଣ କରିବା, ସମାଜର ପୁଅ ଝିଅମାନଙ୍କୁ ଉଚ୍ଚଶିକ୍ଷା, ଗୁଣାତ୍ମକ ଶିକ୍ଷା, ବୃତ୍ତିଗତ ଶିକ୍ଷ୍ୟା ପ୍ରଦାନ କରିବା, ସାମାଜିକ, ସଂସ୍କୃତିକ, ବିବାହ, ମୃତାହ, ଦେବାଦେବୀ ପୂଜା ପଦ୍ଧତି କାର୍ଯ୍ୟରେ ଶବର ସମାଜର ଝାଙ୍କର ପୂଝାରୀ ଦ୍ୱାରା କରାଇବା, ଆବହମାନ କାଳରୁ ପ୍ରଚଳିତ ପ୍ରାଚୀନ ପ୍ରଥା ପରମ୍ପରା ରୀତିନୀତିକୁ ଅନୁସରଣ କରିବା, କରୋନା ମହାମାରୀ ଦାଉରୁ ସୁରକ୍ଷା ପାଇଁ ଆଦିମ ଆଦିବାସୀ ଶବର ଲୋକଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିଡ ଟୀକା କରଣ କରିବା, କରୋନା ଔଷଧ,ମାସ୍କ ସାନିଟାଇଜର ପ୍ରଦାନ କରିବା, ଜୀବନ ଜୀବିକା ସୁରକ୍ଷା ପାଇଁ ସ୍ୱତନ୍ତ୍ର କୋଭିଡ ପ୍ୟାକେଜରେ ଆର୍ଥିକ ସହାୟତା ପ୍ରଦାନ କରିବା ପାଇଁ ସରକାର ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀ ଜଣାଇବାକୁ ସ୍ଥିର କରାଯାଇଥିଲା ।

ରାଜ୍ୟରେ ଏଗାର ଲକ୍ଷ ଶବର ସମାଜର ଲୋକଙ୍କ ଏକତା, ଅଖଣ୍ଡତା, ଗର୍ବ ଗୌରବ ବଜାୟ ରଖିବା, ଶବର ରାଜା ବିଶ୍ଵାବସୁ, ଜାରା ଶବର, ଏକଲବ୍ୟ, ମହାନ ସତୀସ୍ଵାଧ୍ଵୀ ବିଶ୍ଵବନ୍ଦିତା ଶବରୀ ଙ୍କ ବଂଶଧର ଭାବରେ ନିଜର ଜାତି ସମାଜର ସ୍ଵାଭିମାନ, ମର୍ଯ୍ୟାଦା, ସ୍ଵାଧୀନତା, ସ୍ଵତନ୍ତ୍ରତା, ପୁନଃଜୀବିତ କରିବାକୁ ଆହ୍ଵାନ କରଯାଇଥିଲା। ନୀଳମାଧବଙ୍କ ଆଦ୍ୟ ସେବକ ଶବର ରାଜା ବିଶ୍ଵାବସୁଙ୍କ ଗଡ ତଥା ଜନ୍ମସ୍ଥଳି କଣ୍ଟିଲୋ ସ୍ଥିତ ଶବରପଲ୍ଲୀ (କଳିଆପଲ୍ଲୀ) ର ପୁନଃରୁଦ୍ଧାର, ରକ୍ଷଣା ବେକ୍ଷଣା, ସୌନ୍ଦର୍ଯ୍ୟକରଣ ଏବଂ ଶବରପଲ୍ଲୀ (କଳିଆପଲ୍ଲୀ) ଭିତ୍ତି ଭୂମୀର ବିକାଶ ପାଇଁ ସାଂସ୍କୃତିକ ମନ୍ତୀଙ୍କୁ ସ୍ମାରକ ପତ୍ର ଦେବା ସକାଶେ ପ୍ରସ୍ତାବ କରାଯାଇଥିଲା ।

ଏଥିସହିତ ସଅର ଜାତିର ଲୋକ ଯେଉଁମାନେ କି ଶବର ସହରା ସଓରା ଆଦିମ ଜନଜାତି ସମ୍ପ୍ରଦାୟର ଗୋଷ୍ଠୀ ଏବଂ ଏକ ଅଭିନ୍ନ ଅଂଶ ବିଶେଷ ସେମାନଙ୍କୁ ସରକାର ଅନୁସୂଚିତ ଜନଜାତି ପ୍ରମାଣପତ୍ର ଦେବାକୁ ଦାବୀ କରାଯାଇଛି । ହାଲ ବନ୍ଦୋବସ୍ତ ରେ ଶବର ମାନଙ୍କୁ ସଅର କରାଯାଇଛି,୧୯୨୯ ୟାଦାସ୍ତ ଏବଂ ହମିଦ ଭୁବନ୍ଦୋବସ୍ତ ଜମି ପଟ୍ଟାରେ ଉକ୍ତ ସଅର ମାନଙ୍କ ଜାତି ଶବର ରେକର୍ଡ ରହିଥିବା ବେଳେ ୧୯୭୫ ହାଲ ଭୁବନ୍ଦୋବସ୍ତ ରେ ସଅର କରାଯାଇଛି । ଏହାକୁ ମହାସଭା ତରଫରୁ ନିନ୍ଦା କରାଯାଇଛି ।

ରାଜସ୍ବ ବିଭାଗ ଏବଂ ଭୁବନ୍ଦୋବସ୍ତ କର୍ମଚାରୀଙ୍କ ତ୍ରୁଟି ଯୋଗୁଁ ଆଦିମ ଶବର ସମ୍ପ୍ରଦାୟର ଲୋକ ସମ୍ବିଧାନ ପ୍ରଦତ୍ତ ମୌଳିକ ସୁବିଧାରୁ ବଞ୍ଚିତ ହେଉଛନ୍ତି ବୋଲି ଉଦବେଗ ପ୍ରକାଶ ପାଇଥିଲା, ତୁରନ୍ତ ସରକାର ଭୁଲ ସଂଶୋଧନ କରି ସଅର ଶବ୍ଦକୁ ସଂଶୋଧନ କରିବାକୁ ଦାବୀ ହୋଇଥିଲା । ଗୁଗୁଲ ମିଟରେ ରାଜ୍ୟ ସ୍ତରୀୟ ଶବର ସମାଜ ମହାସଭା ଆବାହକ ନିରଞ୍ଜନ ବିଶି, ସର୍ବଧର୍ମ ସମନ୍ଵୟ ମହାଶିଦ୍ଧ ନୀଳପଦ୍ମ ଆଶ୍ରମର ଅଧ୍ୟକ୍ଷ ସିଦ୍ଧ ସାଧକ ଶ୍ରୀଶ୍ରୀ ଟିକିବାବା, ଯୋଗେନ୍ଦ୍ର ଭୋଇ, ପଦ୍ମଲୋଚନ ଭୋଇ, ଲକ୍ଷ୍ମୀଧର ଶବର, କମ୍ବୁ ପାଣି ଶବର, ବାଳକୃଷ୍ଣ ଶବର, ହୃଷୀକେଶ ଭୋଇ, ବିଷ୍ଣୁ ଚରଣ ସାମଲ, ଗୌତମ ପ୍ରଧାନ, ବଳଦେବ ଭୋଇ, ଦୟାନିଧି ବୁଡେକ, ଭୁପାଳ ବିଶ୍ଵାଳ, ଯୁଧିଷ୍ଠିର ବର୍ଗେ, ଚତୁର୍ଭୁଜ ଭୋଇ, କମଳାକାନ୍ତ ଭୋଇ ଓ ନିତ୍ୟାନନ୍ଦ ଭୋଇ,ପ୍ରମୁଖ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published.