ନୂଆ ଡିଜିପି ଭାବେ ଦାୟିତ୍ୱ ନେବେ ସୁନୀଲ ବଂଶଲ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): କେନ୍ଦ୍ରରୁ ପୋଲିସ ଡିଜି ସୁନୀଲ ବଂଶଲଙ୍କୁ ମିଳିଲା ଅନୁମତି । ନୂଆ ବର୍ଷରୁ ନୂଆ ଡିଜିପି ଭାବେ ଦାୟିତ୍ୱ ସମ୍ଭାଳିବେ ସୁନୀଲ ବଂଶଲ । ୧୬ ବର୍ଷ ଧରି କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସୁନୀଲ ସୁନୀଲ ଏବେ ଆଇବିରେ କାର୍ଯ୍ୟ କରୁଛନ୍ତି । ଗତ କିଛିଦିନ ତଳେ ନୂଆ ଡିଜିପି ନେଇ ସୁନୀଲ ବଂଶଲଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଖବର ଅନୁଯାୟୀ,ଏବେକାର ଡିଜିପି ଅଭୟଙ୍କ କାର୍ୟ୍ୟକାଳ ସରୁଛି । ତାଙ୍କପରେ କିଏ ହେବ ରାଜ୍ୟ ପୋଲିସର ନୂଆ ମୁଖିଆ, ସେନେଇ କଳ୍ପନାଜଳ୍ପନା ଚାଲିଥିଲା । କିନ୍ତୁ ଏମାନଙ୍କ ମଧ୍ୟରୁ ରାଜ୍ୟ ସରକାର ୧୯୮୭ ବ୍ୟାଚର୍‌ ଆଇପିଏସ୍‌ କ୍ୟାଡର ସୁନୀଲ ବଂଶଲଙ୍କ ନାମ ଉପରେ ମୋହର ମାରିଥିଲେ । ସୁନୀଲ ବଂଶଲ ଏବେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅଛନ୍ତି ।

Leave a Reply

Your email address will not be published.