ଶିକ୍ଷକ ସଂଘର ସରକାରଙ୍କୁ ଚେତାବନୀ

ଭୂବନେଶ୍ବର: ବିଦ୍ୟାଳୟ ସଂଯୋଜକ ସଂଘ ଓଡିଶା ତରଫରୁ ପୂର୍ବରୁ ୭ ଦିନ ଭିତରେ ୪୦୦୦ ଛଟେଇ କମ୍ପୁଟର ଶିକ୍ଷକଙ୍କ ପୁନଃ ନିଯୁକ୍ତି ନିମନ୍ତେ ଶିକ୍ଷା ବିଭାଗର ଶିକ୍ଷମନ୍ତ୍ରୀ, ଶିକ୍ଷସଚିବ ଏବଂ ଓସେପା ନିର୍ଦେଶକକୁ ସଂଘ ତରଫରୁ ଦାବି ଜଣା ଯାଇଥିଲା । ୭ଦିନର ପୂର୍ତ୍ତି ପରେ ମଧ୍ୟ ସରକାର କୈଣସି ବିହିତ ପଦକ୍ଷେପ ନନେବାରୁ ସଂଘ ବାଧ୍ୟ ହୋଇ ଆମରଣ ଅନଶନ କରିବା ସହ ଆତ୍ମହୁତିର ମଧ୍ୟ ଉଦ୍ୟମ କରିଥିଲେ ।

ପୋଲିସ ବିଭାଗ ଅସହାୟ କମ୍ପୁଟର ଶିକ୍ଷକ ମାନଙ୍କ ଉପରେ ବିଭିନ୍ନ ଦଫା ଲଗେଇ ଅଗଷ୍ଟ ୯ ତାରିଖରେ ଝାରପଡା ଜେଲକୁ ପଠାଇଥିଲା । ସରକାର କମ୍ପୁଟର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଜେଲ ପଠାଇବାଟା କେତେ ଠିକ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଅଗଷ୍ଟ ୧୨ ତାରିଖରେ ଜେଲରୁ ଫେରିଲା  ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

ପରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସରକାରଙ୍କର ତରଫରୁ ମୁଖ୍ୟ ସଚିବ ସୁରେଶ ମହାପାତ୍ର ତରବରିଆ ହିସାବରେ ହାଇକୋର୍ଟ ଦେଇଥିବା ୩ ମାସର ସମୟକୁ ୧୦ ତାରିଖରେ ବାହାର କରିଥିବା ଲେଟରରେ ଥିବା ମତ ନିହାତି ଭିତ୍ତି ହୀନ ଅଟେ ଓ ଏହା ଉପରେ ଯଥା ଶୀଘ୍ର ତଦନ୍ତ କରାଯାଇ ସଠିକ ନିର୍ଦେଶ ନାମା ଜାରୀ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହି ଅମାନୁସିକ ନିଷ୍ପତିକୁ ଘୋର ନିନ୍ଦା କରିବାର ସହ ଆଗାମୀ ଦିନରେ ସରକାରଙ୍କୁ ଏହା ଠାରୁ ଭି ଅଧିକ ଦୃଢ ଜବାବ ଦେବାକୁ ପଡିବ ବୋଲି ରାଜ୍ୟସଂଘର ସଭାପତି ଦୀପିକା ମଞ୍ଜରୀ ମିଶ୍ର ରାଜ୍ୟ ସରକାରକୁ ଦୃଢ଼ ଚେତାବନୀ ଦେଇଛନ୍ତି । ଏହାସହିତ କଳା ବ୍ୟାଚ ପିନ୍ଧିକି ସରକାରଙ୍କୁ ଦୃଢ ନିନ୍ଦା କରିଛନ୍ତି ।

Leave a Reply

Your email address will not be published.