ଅଫିସରଙ୍କ ବଦଳିକୁ ବିରୋଧ କରି ବସ୍ତା ଠିକାଦାର ସଂଘ ଦୁଇ ଫାଳ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍ ସମେତ ସଦର ବାଲିଆପାଳ ଓ ଜଳେଶ୍ବର ବ୍ଲକକୁ ନେଇ ଏକ ଠିକାଦାର ସଂଘ ଗଠିତ ହୋଇଥିଲା । କିଛି ଠିକାଦାର ନିଜର ବ୍ୟକ୍ତିଗତ ସ୍ବାର୍ଥ ଓ ନିମ୍ନମାନର କାମ କରି ବିଭାଗୀୟ ଅଧିକାରୀଙ୍କୁ ଚାପ ପକାଇ ବିଲ ନେବାର ଯୋଜନା ବିଫଳ ହେବାରୁ ଗତ ରବିବାର ଦିନ ବାହାର୍ଦ୍ଦା ଡାକ ବଙ୍ଗଳାଠାରେ ଅଫିସର ଆଡି ଏସଡିଓ ଗଣେଶ ହେମ୍ର୍ବମ ଓ ଇରିଗେସନ କନିଷ୍ଟ ଯନ୍ତ୍ରୀ ଅଶୋକକୁମାର ଦାସଙ୍କ ବଦଳି ପାଇଁ ଦାବି କରିଥିଲେ ।

ଫଳରେ ଏହାକୁ ବିରୋଧ କରି ଆଜି ସଦାନନ୍ଦପୁର ପଞ୍ଚାୟତ ଜୈନିକ ବାସଭବନରେ ଏକ ନୂତନ ଭାବେ ବସ୍ତା ଠିକାଦାର ସଂଘ ଗଠିତ ହୋଇଅଛି । ଏଥିରେ ସଭାପତି ଭାବେ ଲକ୍ଷ୍ମୀଧର ସାହୁ, ଉପସଭାପତି ବିଶ୍ବନାଥ ରାଉଳ,ସଂପାଦକ ଭାବେ ରାଜୀବ କୁମାର ଆଇଚ, ଯୁଗ୍ମ ସମ୍ପାଦକ ସଞ୍ଜୟକୁମାର ଜେନା ରହିଛନ୍ତି ।

ଏହାସହ ସଭ୍ୟଭାବେ ପ୍ରିୟବ୍ରତ ମହାପାତ୍ର, ରାମହରି ପ୍ରହରାଜ, ବାଲୁକେଶ୍ବର ବେହେରା, ଦେବେନ୍ଦ୍ର ସେଠୀ, ଅବିନାଶ ଜେନା, ସଞୟକୁମାର ବୁଗୁଡି, ହରିଶ୍ଚନ୍ଦ୍ର ପ୍ରଧାନ, କାର୍ତ୍ତିକ ଚନ୍ଦ୍ର ପ୍ରଧାନ, ବିଜୟ କୁମାର ଦାସ, ସୁଜିତ କୁମାର ରାଉଳ, ରାମକୃଷ୍ଣ ଧଳ, ବିଜୟ ଘୋଷ, ସୁଜାତା ପ୍ରହରାଜ, ଅଜିତ୍ ଦେ, ସତ୍ୟଜିତ ବେହେରା, ରତ୍ନାକର ମାଝୀ ଓ ଜୟକୃଷ୍ଣ ସାହାଣି ସମେତ ବହୁ ଠିକାଦାର ଯୋଗ ଦେଇଥିଲେ । ଏନେଇ ବୁଧବାର ଅପରାହ୍ନରେ ସାମ୍ବାଦିକ ସମ୍ମିଳନୀ ଜରିଆରେ ବସ୍ତା ଠିକାଦାରସଂଘ ଘୋଷଣା କରି କହିଥିଲେ ଯେ, ଅନ୍ୟ ବ୍ଲକରୁ ଆସି କିଛି ଠିକାଦାରଙ୍କ ହସ୍ତକ୍ଷପକୁ ବସ୍ତା ଠିକାଦାର ଆଦୌ ବରଦାସ୍ତ କରିବେ ନାହିଁ ବୋଲି ପ୍ରକାଶ କରିଥିଲେ ।

ବାଲେଶ୍ବରରୁ ଙ୍କ ରିପୋର୍ଟ

Leave a Reply

Your email address will not be published.