ଓଭରବ୍ରିଜ୍‌ରୁ ଖସି ପଡ଼ିଲେ ବାଇକ୍ ଆରୋହୀ, ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜଧାନୀରେ ଅଘଟଣ, ଜୟଦେବ ବିହାରରେ ଓଭରବ୍ରିଜ୍‌ରୁ ଖସି ପଡ଼ିଲେ ବାଇକ୍ ଆରୋହୀ । ଯୁବକଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଭାରସାମ୍ୟ ହରାଇ ଜୟଦେବ ବିହାରରେ ଓଭରବ୍ରିଜ୍‌ରୁ ଯୁବକ ଖସି ପଡ଼ିଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଯୁବକଙ୍କ ପରିଚୟ ମିଳିନାହିଁ, ତେବେ ଘଟଣାସ୍ଥଳରେ ନୟାପଲ୍ଲୀ ପୋଲିସ ପହଁଞ୍ଚି ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published.