ବିଏମସି ପକ୍ଷରୁ ରାଜଧାନୀର ଆଉ ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟରେ ଦୃତ ଗତିରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଛି । ଏଥିନେଇ ଭୁବନେଶ୍ୱର ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଆଜି ୧୧ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରିଛି । ଉତ୍ତର ଜୋନ୍‌ରେ ଚାରିଟି ଏବଂ ଦକ୍ଷିଣ-ପୂର୍ବ ଜୋନ୍‌ର ସାତୋଟି ସ୍ଥାନ ସାମିଲ ରହିଛି । ଏହା ସହିତ ଗତ କିଛି ଦିନ ମଧ୍ୟରେ ରାଜଧାନୀରେ ମୋଟ ୩୦ଟି ସ୍ଥାନକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି ।

ତେବେ ରାଜଧାନୀରେ ବଢୁଥିବା ସଂକ୍ରମଣକୁ ଲକ୍ଷ୍ୟ କରି ଜନସାଧାରଣଙ୍କ ସ୍ୱାର୍ଥରେ ଏବଂ କରୋନା ବିସ୍ତାରକୁ ରୋକିବାରେ ବିଏମସି ସଂପୃକ୍ତ ଅଧିକାରୀମାନଙ୍କୁ ନିମ୍ନଲିଖିତ ପ୍ରତିବନ୍ଧକକୁ କାର୍ୟ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛି । ଯେପରି କୌଣସି ଜନସାଧାରଣ କଣ୍ଟେଣ୍ଟମେଣ୍ଟ ଜୋନ୍ ଭିତରକୁ ପ୍ରବେଶ କରିବେ ନାହିଁ କିମ୍ବା ଭିତରେ ଥିବା ବାସିନ୍ଦା ବାହାରକୁ ଯିବାକୁ ଅନୁମତି ପାଇବେ ନାହିଁ । ବିଏମସି କଣ୍ଟେଣ୍ଟମେଣ୍ଟ ଜୋନ୍‌ରେ ଥିବା ବାସିନ୍ଦାଙ୍କୁ ଆବଶ୍ୟକ ଅନୁଯାୟୀ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ ଔଷଧ ଯୋଗାଇବ ।

Leave a Reply

Your email address will not be published.