ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତ ଶରୀର ଉଦ୍ଧାର

କଟକ, (ନାଗରାଜ ନ୍ୟୁଜ): ନିଖୋଜ ଓଡ୍ରାଫ କର୍ମଚାରୀଙ୍କ ମୃତ ଶରୀର ଉଦ୍ଧାର କରାଯାଇଛି । କଖଡି ନିକଟରୁ ଓଡ୍ରାଫ୍ କର୍ମଚାରୀ ସୀତାରାମ ମୂର୍ମୁଙ୍କ ମୃତ ଶରୀରକୁ ଉଦ୍ଧାର କରାଯାଇଛି । ଗତକାଲିଠୁ ଓଡ୍ରାଫର ୩ଟି ଟିମ୍ ସୀତାରାମଙ୍କୁ ମହାନଦୀର ମୁଣ୍ଡଳୀ ବ୍ୟାରେଜରେ ଏବଂ ନରାଜର ଅଞ୍ଚଳରରେ ବହୁ ଖୋଜାଖୋଜି କରିଥିଲେ । ଶେଷରେ ଆଠଗଡର କଖଡି ଅଞ୍ଚଳରୁ ଉଦ୍ଧାର କରିବାରେ ସଫଳ ହୋଇଥିଲା ଟିମ୍ । ସୀତାରାମଙ୍କୁ ପାଣି ଭିତରୁ ଉଦ୍ଧାର କରି କୂଳକୁ ଆଣିଥିଲେ ବିଭାଗର କର୍ମଚାରୀମାନେ। ଅନ୍ୟପଟେ ଗତକାଲି ବିଳମ୍ବିତ ରାତି ଯାଏଁ ହାତୀକୁ ଉଦ୍ଧାର କରିବା ପାଇଁ ଅପରେସନ ଜାରି ରହିଥିଲା । ହେଲେ ହାତୀଟି ଜୀବିତ ବା ମୃତ ଏଯାଏଁ ସ୍ପଷ୍ଟ ହୋଇନାହିଁ ।

ଗତକାଲି ହୋଇଥିବା ଦୁର୍ଘଟଣାରେ ସମସ୍ତଙ୍କୁ ମର୍ମାହତ କରିଛି । ଅପରେସନ ଗଜରାଜଙ୍କୁ ଉଦ୍ଧାର ପାଇଁ ଓଡ୍ରାଫ୍ ଟିମ୍ ସହ ଓଟିଭିର ସିନିୟର ରିପୋର୍ଟର୍ ଅରିନ୍ଦମ ଦାସ ଏବଂ ଭିଡିଓ ସାମ୍ବାଦିକ ପ୍ରଭତ ସିହ୍ନା ଖବର ସଂଗ୍ରହ କରୁଥିବା ସମୟରେ ଡ୍ୟାମ୍ ତଳେ ବୋଟଟି ଓଲଟି ପଡିଥିଲା । ପରେ ସେମାନଙ୍କୁ ଉଦ୍ଧାର କରି ଏସସିବି ମେଡିକାଲରେ ଭର୍ତ୍ତି କରିଥିଲେ । ଡାକ୍ତର ଅରିନ୍ଦମ ଦାସଙ୍କୁ ମୃତ ଘୋଷଣା କରିଥିଲେ । ଭିଡିଓ ସାମ୍ବାଦିକ ପ୍ରଭାତ ସିହ୍ନା ମେଡିସିନ ବିଭାଗର ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । କାଲିର ଦୁର୍ଘଟଣା କୌଣସି ଲୋକଙ୍କ ମନରୁ ଲିଭିନଥିବା ବେଳେ ଓଡିଶା ସାମ୍ବାଦିକ ଜଗତରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି । ସମସ୍ତ ଗଣମାଧ୍ୟମ ଜଗତ ଏକପ୍ରକାର ସ୍ତବ୍ଧ ହୋଇଯାଇଛି ।

Leave a Reply

Your email address will not be published.