ରଥ ଖଳାକୁ ଆସିଲା ଆଜ୍ଞାମାଳ, ଏବେ ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ

ପୁରୀ: ଆଉ ଗୋଟିଏ ଦିନ ପରେ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ମହାପ୍ରଭୂଙ୍କ ଘୋଷଯାତ୍ରା ନିମନ୍ତେ ପୁରୀରେ ଚାଲିଛି ରତିନିତି । ଏବେ ସେବାୟତ ମାନେ ଅଜ୍ଞାମାଳ ରଥ ଖଳାକୁ ଆଣିଛନ୍ତି । ଏହାପରେ ସେବାୟତ ମାନେ ପୋଲିସ କର୍ମୀଙ୍କ ସାହାଯ୍ୟରେ ପ୍ରଥମେ ନନ୍ଦିଘୋଷ ରଥକୁ ଶ୍ରୀମନ୍ଦିର ସମ୍ମୁଖକୁ ଟାଣି ନେଇଥିଲେ । ଏହାପରେ ଅନ୍ୟ ଦୁଇ ରଥ ଦର୍ପଦଳନ ଏବଂ ତାଳଧ୍ୱଜ ରଥକୁ ମଧ୍ୟ ସେଠାକୁ ନିଆଯାଇଥିଲା । ଏବେ ଶ୍ରୀମନ୍ଦିର ସମ୍ମୁଖରେ ତିନି ରଥ ରହିଛି । କରୋନା କଟକଣା ମଧ୍ୟରେ ରଥଯାତ୍ରା ଅନୁଷ୍ଠିତ ହେଉଥିବାରୁ ପୁରୀ ସହରରେ ୬୫ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।


କରୋନା କଟକଣା ମଧ୍ୟରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ନିତିକାନ୍ତି ଏବଂ ରଥଯାତ୍ରା କାର୍ଯ୍ୟକ୍ରମ ରିତିନିତି କ୍ରମେ କରାଯାଉଛି । ପୂର୍ବରୁ ପୋଲିସ ଡିଜି ଅଭୟ ପୁରୀ ଯାଇ ପ୍ରସ୍ତୁତିର ସମିକ୍ଷା କରି ଫେରିଛନ୍ତି । ତେବେ ରଥ ଯାତ୍ରା ସମୟରେ ପୁରୀ ସହରରେ ଆଜି ରାତି ୮ଟାରୁ ୪୮ ଘଣ୍ଟା କଟକଣା ଲାଗୁ କରାଯାଇଛି । 

Leave a Reply

Your email address will not be published.