ମନେରଗା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୂବନେଶ୍ବର: କରୋନା ମହାମାରି ସମୟରେ ରାଜ୍ୟ ସରକାର ପ୍ରଥମେ ଭୂମିହୀନ ଚାଷୀଙ୍କ ପାଇଁ ୧,୬୯୦ କୋଟି ଟଙ୍କା ସହାୟତା ପ୍ୟାକେଜ୍ ଘୋଷଣା ପରେ ବର୍ତ୍ତମାନ ମନେରଗା କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରିଛନ୍ତି । ଗତକାଲି(ଶୁକ୍ରବାର) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୨ ଲକ୍ଷ ମନେରଗା କର୍ମଚାରୀଙ୍କ ପାଇଁ ୫୩୨ କୋଟି ଟଙ୍କା ସହାୟତା ପ୍ରଦାନ ପ୍ୟାକେଜ ଘୋଷଣା କରିଛନ୍ତି । ଏହି ଆର୍ଥିକ ସହାୟତା ମନେରଗା କର୍ମଚାରୀଙ୍କ ପାଇଁ, ଯେଉଁମାନେ ଏପ୍ରିଲ, ମେ ଏବଂ ଜୁନ୍ ମାସରେ କାମ କରିଥିଲେ । ପ୍ରତ୍ୟେକ ଶ୍ରମିକ ମାସରେ କରାଯାଇଥିବା ପ୍ରତ୍ୟେକ ଶ୍ରମ ଦିବସ ପାଇଁ ଅତିରିକ୍ତ ୫୦ ଟଙ୍କା ପାଇବେ ।

ତେବେ ରାଜ୍ୟ ସରକାରଙ୍କ ଦ୍ୱାରା ଜାରି କରାଯାଇଥିବା ଏକ ସରକାରୀ ତଥ୍ୟ ଅନୁଯାୟୀ, ୨୦୨୧-୨୨ ଆର୍ଥିକ ବର୍ଷରେ ସମାନ ସମୟରେ ୭.୫୯ କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବା ବେଳେ ୨୦୨୦-୨୧ ଚଳିତ ଜୁଲାଇ ୧ ପର୍ଯୟନ୍ତ ୫.୦୩ କୋଟି ଶ୍ରମ ଦିବସ ସୃଷ୍ଟି କରାଯାଇଛି ।କରୋନା ମହାମରୀ ସମୟରେ ଶ୍ରମିକ ସ୍ଥାନାନ୍ତରଣ ସମସ୍ୟାର ମୁକାବିଲା ପାଇଁ ୨୦୧୯-୨୦୨୦ ମସିହାରୁ ରାଜ୍ୟ ସରକାର ବିଶେଷ କାର୍ଯ୍ୟକ୍ରମ ଉପରେ ଧ୍ୟାନ ଦେଉଛନ୍ତି। ପୁର୍ବରୁ ଘୋଷଣା ଅନୁଯାୟୀ, ସମସ୍ତ ଭୂମିହୀନ ଚାଷୀଙ୍କୁ ୨୦୭ କୋଟି ଟଙ୍କା ଆବଣ୍ଟନ କରାଯାଇଛି ଯାହା ତିନୋଟି କିସ୍ତିରେ ବଣ୍ଟନ କରାଯିବ । ଏହା ରାଜ୍ୟ ସରକାରଙ୍କର ପ୍ରୟୋଜିତ କାଲିଆ ଯୋଜନା ଅନ୍ତର୍ଗତ ଭୂମିହୀନ ଚାଷୀଙ୍କୁ ମହାମାରୀକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦୦୦ ଟଙ୍କା ପ୍ରଦାନ କରାଯାଇଥିଲା ।

Leave a Reply

Your email address will not be published.