ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ, ଆଜି ସରୁଛି ଜୁନ୍ ମାସର ଶେଷ କରୋନା ଗାଇଡଲାଇନ

ଭୂବନେଶ୍ଵର: ଆଜି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଅପରାହ୍ନ ୨ଟା ୩୦ ମିନିଟରେ ବଡ ଘୋଷଣା କରିପାରନ୍ତି । ଯେହେତୁ ଜୁନ୍ ମାସର କରୋନା ଗାଇଡଲାଇନ ଶେଷ ହେଉଛି । ରାଜ୍ୟରେ କରୋନା ସଂକ୍ରମଣ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି, କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ତେବେ ଜୁଲାଇ ମାସରେ କେଉଁ ଗାଇଡଲାଇନ ଲୋକେ ପାଳନ କରିବେ ସେନେଇ ବଡ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଗତମାସରେ କମ ରହିଥିବା ଜିଲ୍ଲାମାନଙ୍କୁ ନେଇ ଦୁଇଟି ଶ୍ରେଣୀରେ ବିଭାଗୀକରଣ କରାଯାଇଥିଲା । ପୂର୍ବମାସରେ ୧୭ଟି ଜିଲ୍ଲାରେ କଟକଣା କୋହଳ କରାଯାଇଥିଲା ଅନ୍ୟ ଜିଲ୍ଲାମାନଙ୍କରେ ସଂକ୍ରମଣ ହିସାବରେ ପ୍ରତିବନ୍ଧକ ରହିଥିଲା । ତେବେ ବର୍ତ୍ତମାନ ଅଧିକାଂଶ ଜିଲ୍ଲାରେ ସଂକ୍ରମଣ କମ ରହିଛି ତେବେ ଜୁଲାଇ ମାସରେ କରୋନା ସଂକ୍ରମଣ ଅନୁସାରେ ଗାଇଡଲାଇନ କଣ ରହିବ ସେନେଇ ଆଜି ଘୋଷଣା ହେବ ।

Leave a Reply

Your email address will not be published.