ଆଜି କୋଭିଡ ସ୍ଥିତି ସମ୍ପର୍କରେ ୨.୩୦ରେ ବଡ ସୂଚନା ଦେଇପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର: ରାଜ୍ୟରେ ତାଲା ବନ୍ଦ ବଢ଼ିବ ନା ନାହିଁ, ସେନେଇ ଅପରାହ୍ନ ୨ଟା ୩୦ରେ ବଡ ସୂଚନା ଦେଇପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । କୋଭିଡ଼ ସ୍ଥିତି ନେଇ ଆଜି ଅପରାହ୍ନରେ କଣ କହିବେ ମୁଖ୍ୟ ଶାସନ ସଚିବ ତା’ଉପରେ ସାରା ରାଜ୍ୟର ନଜର ରହିଛି । ଜୁଲାଇ ୧୬ ପରବର୍ତ୍ତି ଗାଇଡ଼ଲାଇନ ନେଇ ଦେଇପାରନ୍ତି ଗୁରୁତ୍ବପୂର୍ଣ୍ଣ ସୂଚନା । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତେଣୁ ଆଗକୁ ଲକ୍‌ଡାଉନ୍‌ ରହିବ କି ଅନ୍‌ଲକ୍‌ ହେବ । ସେନେଇ କିଛି ବଡ଼ ଘୋଷଣା କରିପାରନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ।

ଖବର ଅନୁଯାୟୀ, ଓଡ଼ିଶାରେ ଜୁଲାଇ ମାସରେ କରୋନା ସଂକ୍ରମଣ ଖସିବାରେ ଲାଗିଛି । ହେଲେ ଏଥିରେ ଉତ୍ସାହିତ ହୋଇ ଢିଲା ହେବାର ସମୟ ଆସିନାହିଁ । ସାମାନ୍ୟ ଅବହେଳା ହିଁ ସାରା ରାଜ୍ୟକୁ ମହଙ୍ଗା ପଡ଼ିବ ବୋଲି ବିଶେଶଜ୍ଞ ମାନେ କହୁଛନ୍ତି । ରାଜ୍ୟରେ ଏବେ ସଂକ୍ରମଣ ହାର କମିବାରେ ଲାଗିଛି । କିନ୍ତୁ କିଛି ଜିଲ୍ଲାରେ ସଂକ୍ରମଣ ହାର ଟିକିଏ ଅଧିକା ରହିଛି । ତେଣୁ ଏହି ସବୁ ଜିଲ୍ଲାର କଟକଣାକୁ ପୁରା କୋହଳ କରିବା ଉଚିତ୍‌ ହେବ ନାହିଁ ବୋଲି ବିଶେଷଜ୍ଞମାନେ କହୁଛନ୍ତି । ସେହିପରି ଦେଖିବାକୁ ଗଲେ ରାଜ୍ୟରେ ଏବେ ମୃତ୍ୟୁ ସଂଖ୍ୟା ଥମିବାରେ ଲାଗୁନି ।

ବୁଧବାର ରାଜ୍ୟର ୪ଟି ଜିଲ୍ଲାରେ ସଂକ୍ରମଣ ହାର ୫% ଉପରକୁ ଚାଲିଯାଇଛି । ଏସବୁ ମଧ୍ୟରେ ଆଜି ଅନ୍‌ଲକ୍‌ ନେଇ ଘୋଷଣା କରି ପାରନ୍ତି ସରକାର । ସଂକ୍ରମଣ କମୁଥିବାରୁ ଖୋର୍ଦ୍ଧା ଆଉ କଟକକୁ ଛାଡ଼ି ସବୁଠି କଟକଣା କୋହଳ ହେବାକୁ ଯାଉଛି । ପଜିଟିଭ୍‌ ହାର ୫% ଉପରେ ରହୁଥିବା ଉପକୂଳର ଆଉ କିଛି ଜିଲ୍ଲାରେ କଟକଣା ବଳବତ୍ତର ରଖିବାକୁ ବିଶେଷଜ୍ଞଙ୍କ ସହ ଆଲୋଚନା କରିଛନ୍ତି ସରକାର ।

Leave a Reply

Your email address will not be published.