ଭାରତୀୟ ଜନତା ପାର୍ଟି ଦ୍ୱାରା କୋର କମିଟି ଘୋଷିତ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ ): ଗତକାଲି ବିଜେପି ତାର କୋର କମିଟି ଘୋଷଣା କରିଛି । କୋର କମିଟିର ସଦସ୍ୟଙ୍କ ତାଲିକାରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଦଳର ଓଡିଶା ରାଜ୍ୟ ସଭାପତି ସମୀର ମହାନ୍ତି, ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୁଆଲ ଓରାମ ଏବଂ ପ୍ରତାପ ସଡଙ୍ଗୀ ତଥା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଅଛନ୍ତି।

ପାର୍ଟିର ରାଷ୍ଟ୍ରୀୟ ସଭାପତି ଜଗତ ପ୍ରକାଶ ନଡା ଓଡିଶା ରାଜ୍ୟ କୋର କମିଟିରେ ଅନ୍ତର୍ଭୁକ୍ତ ୧୫ ଜଣ ସଦସ୍ୟଙ୍କ ନାମ ଘୋଷଣା କରିଛନ୍ତି । ଏମାନଙ୍କ ବ୍ୟତିତ ବିରୋଧୀ ଦଳର ନେତା ପ୍ରଦିପ କୁମାର ନାୟକ, ସାଂସଦ ସୁରେଶ ପୂଜାରୀ, କେନ୍ଦ୍ର ମନ୍ତ୍ରୀ ଆଦିବାସୀ ବ୍ୟାପାର ମନ୍ତ୍ରୀ ତଥା ଜଲ ଶକ୍ତି ବିସେଶ୍ୱର ଟୁଡୁ ଏବଂ ଦଳର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ମଧ୍ୟ କୋର କମିଟିରେ ଅନ୍ତର୍ଭୁକ୍ତ କରାଯାଇଛି। ଏହି ୧୫ ଜଣ ସଦସ୍ୟଙ୍କ ମଧ୍ୟରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ମନମୋହନ ସାମଲ, କେ.ଭି ସିଂ ଦେଓ ଏବଂ ବସନ୍ତ ପଣ୍ଡା ମଧ୍ୟ ଅଛନ୍ତି । ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ଏହି ତାଲିକାରେ ଓଡିଶା ପାଇଁ ଦଳର ରାଜ୍ୟ ଦାୟିତ୍ୱରେ ଥିବା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଡି ପୁରନ୍ଦେ୍ୱଶ୍ୱରୀ ଏବଂ ବିଜୟ ବିଜୟପାଲ ସିଂ ଟୋମରଙ୍କୁ ଏହି ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଛି। ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଅରୁଣ ସିଂ ସମୀର ମହାନ୍ତିଙ୍କୁ ଦେଇଥିବା ଏକ ପତ୍ରରେ କୋର କମିଟିରେ ଅନ୍ତର୍ଭୁକ୍ତ ହେବା ସମ୍ପର୍କରେ ସୂଚନା ଦେଇଛନ୍ତି ଏବଂ ପ୍ରତି ମାସରେ ଏକ କମିଟି ବୈଠକ କରିବାକୁ କହିଛନ୍ତି ।

Leave a Reply

Your email address will not be published.