ସିପେଟ୍‌ ପ୍ରବେଶିକା ପରୀକ୍ଷା ପାଇଁ ତାରିଖ ଧାର୍ଯ୍ୟ, ଅଗଷ୍ଟ ୨ରୁ ଆରମ୍ଭ

ଭୁବନେଶ୍ୱର: ସିପେଟ୍‌ ପ୍ରବେଶିକା ପରୀକ୍ଷା ବା ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ୍‌ ଅଫ ପେଟ୍ରୋକେମିକାଲ୍ସ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି ପରୀକ୍ଷା ନେଇ ତାରିଖ ଧାର୍ଯ୍ୟ ହୋଇଛି । ଭୁବନେଶ୍ୱରରେ ନାମ ଲେଖିବା ପାଇଁ ପ୍ରବେଶିକା ପରୀକ୍ଷା ଅଗଷ୍ଟ ୨ ତାରିଖରେ ଅନୁଷ୍ଠିତ ହେବ । ଏଥିଲାଗି ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନରେ ଆବେଦନ କରାଯାଇପାରିବ । ଛାତ୍ରଛାତ୍ରୀମାନେ ସିପେଟ୍‌ ଭୁବନେଶ୍ୱରରେ ବିଭିନ୍ନ କୋର୍ସ ଗୁଡିକରେ ନାମ ଲେଖାଇ ପାରିବେ । ଏ ବାବଦରେ ବିସ୍ତୃତ ତଥ୍ୟ www.cipet.gov.inରେ ପାଇପାରିବେ ।

Leave a Reply

Your email address will not be published.