ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ କଲେ ହାଇକୋର୍ଟ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ରାଜ୍ୟ ଚଳଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ସ୍ଥଗିତ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ସ୍ଥଗିତ ରହିଲା ରାଜ୍ୟ ଚଳଚିତ୍ର ପୁରସ୍କାର । ପୁରସ୍କାର ଚୟନକୁ ନେଇ ବହୁ କଳାକାର ମାନେ ପ୍ରଶ୍ନ ଉଠାଇଥିବା ବେଳେ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବବି ଇସଲାମ୍ । ଯାହାକୁ ନେଇ ହାଇକୋର୍ଟରେ ଏକ ପିଟିସନ୍ ମଧ୍ୟ ଦାଖଲ କରାଯାଇଥିଲା । ଯାହାର ଆଜି ଶୁଣାଣୀ କରି କୋର୍ଟ ପୁଣି ମୂଲ୍ୟାୟନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଘୋଷଣା କରାଯାଇଥିବା ସମସ୍ତ ୨୭ଟି ବର୍ଗ ପାଇଁ ଆଉ ଥରେ ପୁରସ୍କାର ମୂଲ୍ୟାୟନ କରାଯିବ, ଏବଂ ଏହାପରେ ଉଭୟ କୋର୍ଟ ଓ ପିଟିସନରଙ୍କୁ ଜଣାଇବା ପରେ ରାଜ୍ୟ ଚଳଚିତ୍ର ପୁରସ୍କାର ନେଇ କୋର୍ଟ ନିଷ୍ପତି ନେବେ । ତେବେ ଆସନ୍ତା ଜାନୁଆରୀ ୭ରେ ପରବର୍ତ୍ତୀ ଶୁଣାଣୀ କରାଯିବ ବୋଲି ସୂଚନା ମିଳିଛି ।

Leave a Reply

Your email address will not be published.