ପ୍ରଥମ ଆଦର୍ଶ କାରାଗାର ଉଦଘାଟିତ

ଭୂବନେଶ୍ବର: ଓଡିଶାର ପ୍ରଥମ ଆଦର୍ଶ କାରାଗାର ଆଠଗଡ ବ୍ଲକ ରାଧାରମଣପୁର ଠାରେ ଉଦଘାଟିତ ହୋଇଯାଇଛି । ୫ଠଠ କଏଦୀ ବିଶିଷ୍ଟ ଏହା ହୋଇଥିବା ବେଳେ ଅତ୍ୟାଧୁନିକ ଆବଶ୍ୟକିୟ ଉପକରଣ ରଖାଯାଇଛି, ଏବଂ କଏଦୀ ମାନେ କିଭଳି ଭଲ ମଣିଷ ହୋଇ ପୁନଶ୍ଚ ମୁଖ୍ୟ ସ୍ରୋତକୁ ଫେରି ପାରିବେ ସେଥି ନିମନ୍ତେ ମଧ୍ୟ ବିଶେଷ ଧ୍ୟାନ ଦିଆଯିବ ବୋଲି ଜେଲ ଡିଜି ସନ୍ତୋଷ କୁମାର ଉପାଧ୍ୟାୟ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ଵାଇଁ ଉଦଘାଟନ କରିଥିବା ବେଳେ, ସମ୍ମାନିତ ଅତିଥି ଭାବେ କଟକ ସାସଂଦ ଭତୃହରି ମହତାବ ଏବଂ ଗୃହ ରାଷ୍ଟ୍ର କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଭର୍ଚୁଆଲ ଭାବେ ଯୋଗ ଦେଇଥିଲେ ।

Leave a Reply

Your email address will not be published.