ରାଜଧାନୀବାସୀଙ୍କ ପାଇଁ ଖୁସି ଖବର, ବିନା ସ୍ଲଟରେ ନେଇପାରିବେ ଟିକା

ଭୂବନେଶ୍ବର: କରୋନା ମହାମାରୀର ପ୍ରଭାବ ଟ୍ଵିନସିଟିରେ ଅଧିକ ରହିଥିବାରୁ ଏହାର ପ୍ରଭାବକୁ ହ୍ରାସ କରିବାପାଇଁ ଟିକାକରଣକୁ ବୃଦ୍ଧି କରାଯାଇଛି । ହେଲେ ରାଜଧାନୀ ବାସୀ ସମୟେ ସମୟେ ସ୍ଲଟ ନମିଳିବାରୁ କରୋନା ଟିକା ନେବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାହାର ଏବେ ସମାଧାନ ହୋଇଯାଇଛି । ଭୁବନେଶ୍ୱରରେ ବିନା ସ୍ଲଟରେ ଟିକାକରଣ ହୋଇପାରିବ ବୋଲି ସୂଚନା ଦିଆଯାଇଛି । ଯେଉଁମାନେ ଟିକା ନେଇନାହାନ୍ତି ସେମାନେ ଆଜିଠାରୁ ବିନା ବୁକିଂରେ ଟିକାକରଣ କେନ୍ଦ୍ରକୁ ଯାଇ ଟିକା ନେଇପାରିବେ।

ପୂର୍ବ ନିର୍ଦ୍ଧାରିତ ୨୫ଟି ଟିକା କେନ୍ଦ୍ରରେ ବିନା ସ୍ଲଟରେ କେବଳ ପ୍ରଥମ ଡୋଜ ଟିକା ଦିଆଯିବ। ନିୟମିତ ଟିକାକରଣ ସହିତ ଏହି ବ୍ୟବସ୍ଥା ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। କେବଳ ଦ୍ୱିତୀୟ ଡୋଜ ଟିକା ପାଇଁ ସ୍ଲଟ ବୁକିଂ କରିବାକୁ ପଡିବ ।

ଗତ ଶନିବାର ସୁଦ୍ଧା ରାଜଧାନୀରେ ୫ଲକ୍ଷ ୧୫ହଜାର ୯୭୧ ସଂପୂର୍ଣ୍ଣ ଟିକାକରଣ ହୋଇଛନ୍ତି । ୯ଲକ୍ଷ ୬୭ହଜାର ୯୯ ଜଣ ପ୍ରଥମ ପାନ ଟିକା ନେଇଛନ୍ତି। ସମୁଦାୟ ୧୪ଲକ୍ଷ ୮୩ହଜାର ୭୦ ପାନ ଟିକା ଦିଆଯାଇଛି। ରାଜ୍ୟର ଏକ କୋଟିରୁ ଅଧିକ ଲୋକଙ୍କୁ ଦିଆଯାଇଛି କୋଭିଡ ଟିକାର ପ୍ରଥମ ଡୋଜ ।

Leave a Reply

Your email address will not be published.