ପିଣ୍ଡିକ ୟୁଥ କ୍ଲବର ମହାନତା

ଭୂବନେଶ୍ବର: କରୋନା ମହାମାରୀର ପ୍ରକୋପରେ ସାରା ଭାରତବର୍ଷ ଏବେ ଆତଙ୍କିତ । ଏହି ସମୟରେ ରାଜ୍ୟ ଓଡିଶାର ସ୍ଥିତି ମଧ୍ୟ ସଙ୍କଟାପୂର୍ଣ । ଆଜି ରାଜ୍ୟରେ ୪୩ ଜଣଙ୍କ ପ୍ରାଣ ନେଇଛି କରୋନା ମହାମାରୀ । ହୁଏତ କିଛି ମାତ୍ରାରେ ରାଜ୍ୟରୁ କରୋନା ସଂକ୍ରମଣର ହାର କମୁଛି । ହେଲେ ସମ୍ପୂର୍ଣ୍ଣ କରୋନା ମୁକ୍ତ ହୋଇନି ରାଜ୍ୟ ଓଡିଶା ।

ଏହି ଘଡିସନ୍ଧି ସମୟରେ ସହଯୋଗର ହାତ ବଢାଇଛି ଭୂବନେଶ୍ବର ବ୍ଲକ ଦାରୁଠେଙ୍ଗ ଗ୍ରାମ ପଞ୍ଚାୟତର ପିଣ୍ଡିକ ବାହୁବଳେନ୍ଦ୍ର ୟୁଥ କ୍ଲବ । ଆଜି ଏହି ପିଣ୍ଡିକ ଯୁବ ସଂଗଠନ ଓ ଦାରୁଠେଙ୍ଗ ଗ୍ରାମର ସଦସ୍ୟମାନେ ଗାଁର ପ୍ରତି ଘର ବୁଲିଥିଲେ । ନିଜ ପ୍ରୟାସରେ ଗ୍ରାମକୁ ସ୍ୱଚ୍ଛ ପରିମଳ ତଥା ଗାଁକୁ ଭୁତାଣୁ ମୁକ୍ତ କରିବା ପାଇଁ ସାନିଟାଇଜର ସିଞ୍ଚନ କରିଥିଲେ । ଏହି ମହାମାରୀର କରାଳ ଆତଙ୍କ ପାଇଁ କେହି ନିଜ ଘରୁ ବାହାରକୁ ବାହାରୁ ନଥିବା ବେଳେ ଯୁବ ସଂଗଠନର ଏଭଳି କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସାର ସୁଅ ଛୁଟିଛି ।

Leave a Reply

Your email address will not be published.