ବଙ୍ଗୋପସାଗରରେ ସୃଷ୍ଟି ହେଲା ପୁଣି ଏକ ଲଘୁଚାପ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ ): ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହୋଇଛି । ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ପୁର୍ବ ଦିଗରୁ ଓଡିଶା ମଧ୍ୟକୁ ଉଷ୍ମବାୟୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାଫଳରେ ରାତିରେ ତାପମାତ୍ରା ବଢିବ । ତେବେ ନଭେମ୍ବର ୧୧ ଦିନ ସକାଳେ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଏହା ଛଡା ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଲଘୁଚାପ ପ୍ରଭାବରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଅନୁଭୁତ ହୋଇପାରେ ।

ଯଦି ଏହା ଏକ ତୀବ୍ର ପରିଣତ ହୁଏ ଝଡ଼ରେ  ହୁଏ, ତେବେ ଏହାର ନାମ “ସାଇକ୍ଲୋନନ୍ ଜାଭଡ୍” ରଖାଯିବ । ନଭେମ୍ବର ୧୧ରେ ଏହା ଉତ୍ତର ତାମିଲନାଡୁ ଉପକୂଳରେ କେନ୍ଦ୍ରୀଭୂତ ହେବ । ଭାରତୀୟ ପାଣିପାଗ କାର୍ଯ୍ୟାଳୟ ପୂର୍ବାନୁମାନ କରିଛିଯେ, ନଭେମ୍ବର ୧୦ ରୁ ୧୩ ମଧ୍ୟରେ କୋରାପୁଟ, ଗଜପତି ଓ ମାଲକାନଗିରି ଜିଲ୍ଲା ଉପରେ ଏକ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବୃଷ୍ଟିପାତ ଓ ବଜ୍ରପାତ ଅନୁଭୂତ ହେବ ।

Leave a Reply

Your email address will not be published.