ଜିମ୍ ଖୋଲିବା ନେଇ ଅଡି ବସିଛନ୍ତି ଜିମ୍ ମାଲିକ ସଂଘ

ଭୂବନେଶ୍ବର: ରାଜ୍ୟ ଓଡିଶା କରୋନା ମହାମାରୀର ଦ୍ଵିତୀୟ ଲହରରୁ ସାମାନ୍ୟ ଆସ୍ଵସ୍ଥି ପାଇଥିବାବେଳେ ଆଜି ଜିମ୍ ସଂଘ କରୋନା କଟକଣା ମଧ୍ୟରେ ଜିମ୍ ଖୋଲିବାକୁ ଅନୁମତି ଦାବି କରି ଭୁବନେଶ୍ଵର ମାଷ୍ଟର କ୍ୟାଣ୍ଟିନ୍ ନିକଟରେ ଆମରଣ ଅନସନରେ ବସିଛନ୍ତି । କରୋନା ମହାମାରୀ ହେତୁ ବହୁଦିନ ଧରି ଜିମ୍ ବନ୍ଦ ରହିବାରୁ ସେମାନେ ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହେଉଥିବାର କହିଛନ୍ତି । ସେଥିପାଇଁ କରୋନା କଟକଣା ଭିତରେ ଜିମ୍ ଖୋଲିବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଛନ୍ତି।

ତେବେ କରୋନା ପ୍ରଥମ ଲହର ଠାରୁ ଆରମ୍ଭ କରି ଦ୍ବିତୀୟ ଲହର ଯାଏଁ ସାମାଜିକ ଦୂରତା ଉଲଂଘନ ହେବା ଏବଂ ସଂକ୍ରମଣ ବ୍ୟାପିବା ଆଶଙ୍କାରେ ଜିମ୍ ଖୋଲିବା ଉପରେ କଟକଣା ଲାଗୁ ହୋଇ ରହିଛି । ଏଣୁ ଜିମ୍ ଗୁଡିକ ବନ୍ଦ ରହିବାରୁ ସେଠାରେ କାମ କରୁଥିବା କର୍ମଚାରୀ ଏବଂ ମାଲିକମାନେ ଆର୍ଥିକ ସମସ୍ୟା ମଧ୍ୟରେ ଗତି କରୁଥିବା ବେଳେ ବ୍ୟାଙ୍କ ଲୋନ୍ ଆଦି ସମସ୍ୟାରେ ଅତିସହ୍ୟ ହୋଇ ପଡିଥିବାର କହିଛନ୍ତି ।

Leave a Reply

Your email address will not be published.