ଅଲମ୍ପିକରେ ଇତିହାସ ରଚି ଭୂବନେଶ୍ବର ପହଁଞ୍ଚିଲେ‌ ହକୀ ଟିମ୍

ଭୂବନେଶ୍ବର: ଆଜି ଭୂବନେଶ୍ବର ପହଁଞ୍ଚିଛନ୍ତି ଭାରତୀୟ ହକୀ ଟିମ୍ । ଅଲମ୍ପିକ୍ସରେ ଇତିହାସ ରଚିବା ପରେ ଆଜି ସେମାନେ ଓଡିଶାରେ ପହଁଞ୍ଚିଛନ୍ତି । ପୂର୍ବରୁ ରାଜ୍ୟ ସରକାର ଦୁଇ ପୁରୁଷ ଖେଳାଳୀଙ୍କୁ ଅଢେଇ କୋଟି ଟଙ୍କା ପୁରସ୍କାର ସହିତ ଓଡିଶା ପୋଲିସରେ ଚାକିରି ମଧ୍ୟ ପ୍ରଦାନ କରିଥିଲା ବେଳେ ଦୁଇ ମହିଳା ଖେଳାଳୀଙ୍କୁ ୫୦ ଲକ୍ଷ ଲେଖାଏଁ ପୁରସ୍କାର ଆକାରରେ ପ୍ରଦାନ କରିଥିଲେ । 

୪୧ ବର୍ଷ ପରେ ଭାରତୀୟ ପୁରୁଷ ହକୀ ଟିମ୍ ମେଡାଲ ଜିତିବାଥିବା ବେଳେ ମହିଳା ହକୀ ଦଳ ପ୍ରଥମ ଥର ପାଇଁ ସେମିଫାଇନାଲ ଖେଳିଛନ୍ତି । ଭାରତୀୟ ପୁରୁଷ ଦଳରେ ଦୁଇ ଜଣ ଓଡିଆ ବିରେନ୍ଦ୍ର ଲାକ୍ରା ଏବଂ ଅମିତ ରିହିତ ଦାସ ଥିବା ବେଳେ ମହିଳା ଦଳରେ ନିମିତା ଟପ୍ପୋ ଏବଂ ଦୀପଗ୍ରେସ୍ ଏକ୍କା ମଧ୍ୟ ଅଛନ୍ତି ।

ପ୍ରଥମେ ଖେଳାଳୀ ମାନେ ପ୍ରଥମେ ହୋଟେଲେରେ ପହଁଞ୍ଚିବେ । ସେଟାରେ ସେମାନଙ୍କର ଆରଟିପିସିଆର ପରିକ୍ଷା କରାଯିବ । ପରେ ସେଠାରେ ଗଣମାଧ୍ୟମକୁ ବାତ୍ତାଦେବ । ଏହା ପରେ ସଂନ୍ଧ୍ୟାରେ ଲୋକସେବା ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେବେ । ତେବେ ଦଳ ସହିତ ହକି ଇଣ୍ଡିଆ ସଭାପତି ନରିନ୍ଦ୍ର ବାତ୍ରା ଏବଂ ହକୀ ଇଣ୍ଡିଆ ସିଇଓ ଏଲିନା ନର୍ମାନ୍ ଆଦି ଅଛନ୍ତି ।

Leave a Reply

Your email address will not be published.