କୋଭିଡ କଟକଣା ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଆନ୍ତର୍ଜାତିକ କୋଣାର୍କ ମହୋତ୍ସବ

କୋଣାର୍କ, (ନାଗରାଜ ନ୍ୟୁଜ): ସଜାଇ ହେଲାଣି କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ । କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚରେ ସବୁ ବର୍ଷ ପରି ରାଜ୍ୟ ପର୍ଯ୍ୟଟନ ବିଭାଗ ଅନୂକୂଲ୍ୟରେ ଅନୁଷ୍ଟିତ ହୋଇଥାଏ । ଚଳିତବର୍ଷ ମଧ୍ୟ ଡିସେମ୍ବର ୧ ତାରିଖରୁ ୫ ତାରିଖ ପର୍ଯ୍ୟନ୍ତ ଆନ୍ତର୍ଜାତିକ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ଏଥିସହିତ ଚନ୍ଦ୍ରଭାଗାର ସ୍ୱର୍ଣ୍ଣାଭ ବେଳାଭୂମିରେ ମଧ୍ୟ ଅନୁଷ୍ଠିତ ହେବ ଆନ୍ତର୍ଜାତିକ ବାଲୁକା କଳା ପ୍ରଦର୍ଶନୀ । ବିଭିନ୍ନ ଦିବସରେ ଗଣଦୌଡ, ସାଇକ୍ଲୋଥନ ଓ ସାହିତ୍ୟ ଆସର ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ତେବେ ଚଳିତବର୍ଷ ମଧ୍ୟ କୋଭିଡ କଟକଣା ଭିତରେ କୋଣାର୍କ ଉତ୍ସବ ଅନୁଷ୍ଠିତ ହେବ । ସୀମିତ ଲୋକ ଏଥିରେ ସାମିଲ ହୋଇପାରିବେ । ସମସ୍ତେ ମାସ୍କ ପିନ୍ଧିବା ସହିତ ସାମାଜିକ ଦୂରତା ବଜାୟ ରଖିବାକୁ କୁହାଯାଇଛି ।

ତେବେ ଏନେଇ ଗୁରୁବାର କୋଣାର୍କ ଯାତ୍ରୀନିବାସରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପର୍ଯ୍ୟଟନ ସଚିବ ସୁରେନ୍ଦ୍ର କୁମାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ବିଭାଗର ଅତିରିକ୍ତ ସଚିବ ରୀନା ମହାପାତ୍ର, ପର୍ଯ୍ୟଟନ ନିର୍ଦ୍ଦେଶକ ସଚିବ ରାମଚନ୍ଦ୍ରନ ଯାଦବ, ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶ ଓ ପର୍ଯ୍ୟଟନ ନିଗମ ପଚିଚାଳନା ନିର୍ଦ୍ଦେଶକ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.