ଆଜିଠୁ ଖୋଲିଲା କାଳିଆର ଶ୍ରୀମନ୍ଦିର

ପୁରୀ: ଆଜିଠୁ ଖୋଲିଲା କାଳିଆର ଶ୍ରୀମନ୍ଦିର । ଆଜି ସକାଳ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି । ଆଜି ଓ ଆସନ୍ତାକାଲି ସେବାୟତଙ୍କ ପରିବାର ଶ୍ରୀଜୀଉଙ୍କ ଦର୍ଶନ କରିପାରିବେ । ତେବେ ସମସ୍ତେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ବଜାୟ ରଖିବେ । ସେବାୟତଙ୍କ ପରିବାର ସଦସ୍ୟ ଯେକୌଣସି ଦ୍ୱାର ଦେଇ ମନ୍ଦିର ଭିତରେ ପ୍ରବେଶ କରୁଛନ୍ତି । ଏଥିପାଇଁ ନିଜ ଆଧାର କାର୍ଡ, ଭୋଟର କାର୍ଡ ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । 

ଆସନ୍ତା ୧୬ ତାରିକରୁ ପୁରୀ ସହରବାସୀ ଦର୍ଶନ କରିପାରିବେ । ୨୦ ତାରିଖ ଯାଏଁ ୱାର୍ଡ ୱାରୀ ପରିଚୟପତ୍ର ଦେଖାଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ । ସିଂହଦ୍ୱାର ବ୍ୟାରିକେଡ୍ ଦେଇ ପ୍ରବେଶ କରିବେ । ଦର୍ଶନ ପରେ ଉତ୍ତର ଦ୍ୱାର ଦେଇ ପ୍ରସ୍ଥାନ କରିବେ । 

ସେହିପରି ୨୩ ତାରିକରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ । ପୁରୀ ସହର ବାହାର ଲୋକ ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଆସିଲେ ସାଙ୍ଗରେ ୯୬ ଘଣ୍ଟା ପୂର୍ବର କୋଭିଡ ନେଗେଟିଭ୍ ରିପୋର୍ଟ କିମ୍ବା ଟିକାର ୨ଟି ଡୋଜ୍ ନେଇଥିବା ସାର୍ଟିଫିକେଟ ଆଣିବା ବାଧ୍ୟତାମୂଳକ । ସେହିପରି ସକାଳ ୭ାଟରୁ ସନ୍ଧ୍ୟା ୭ଟା ଯାଏଁ ଦର୍ଶନ ଜାରି ରହିବ । ସପ୍ତାହକ ସଟଡାଉନ୍ ଯୋଗୁଁ ଶନିବାର ଓ ରବିବାର ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ସେହିଭଳି ଗଣେଶ ପୂଜା, ଜନ୍ମାଷ୍ଟମୀ ଭଳି ପର୍ବପର୍ବାଣୀରେ ମଧ୍ୟ କୋଭିଡ୍ ସଂକ୍ରମଣ ଦୃଷ୍ଟିରୁ ମନ୍ଦିର ବନ୍ଦ ରହିବ । 

Leave a Reply

Your email address will not be published.