ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା, ୟୋଲୋ ୱାର୍ଣ୍ଣିଂ ଜାରୀ କଲା ପାଣିପାଗ ବିଭାଗ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ଆଜି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯେହେତୁ ଗତକାଲିର ଘୁର୍ଣ୍ଣିବଳୟ ପ୍ରଭାବରେ ଆଜି ପୂର୍ବ କେନ୍ଦ୍ରୀୟ ଏବଂ ତତ ସଂଲଗ୍ନ ଉତ୍ତର-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ତେବେ ଆଜି କୋରାପୁଟ, ଜଗସିଂହପୁର, ଗଜପତି, ଗଞ୍ଜାମ, ମାଲକାନଗିରି ଓ କେନ୍ଦ୍ରାପଡ଼ାରେ ପ୍ରବଳ ବର୍ଷା ହେବ ଏଥିପାଇଁ ଏହିସବୁ ଜିଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

୧୨ ତାରିଖରୁ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷ ହେବାର ସମ୍ଭାବନା ରହିଛି । ଉକ୍ତଦିନ କଟକ, ଗଞ୍ଜାମ, ନୟାଗଡ଼, ପୁରୀ, ଖୋର୍ଦ୍ଧା, ଜଗସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ଯାଜପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଏହିସବୁ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ନବରଙ୍ଗପୁର , କଳାହାଣ୍ଡି, ଅନୁଗୋଳ, ବାଲେଶ୍ୱର, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିପରି ୧୩ରେ ସମ୍ବଲପୁର, ବରଗଡ଼, ଦେବଗଡ. ବଲାଙ୍ଗୀର , ସୋନପୁର , ବୌଦ୍ଧ ଓ ଅନୁଗୋଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରିବା ସହ ଆଗାମୀ ୪୮ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଅବପାତର ରୂପ ନେଇପାରେ । ଏହାର ପ୍ରଭାବରେ ରାଜ୍ୟରେ ୧୨ ଏବଂ ୧୩ ତାରିଖରେ ସର୍ବାଧିକ ପ୍ରଭାବ ସହ ଅଧିକାଂଶ ସ୍ଥାନରେ ସ୍ୱପ୍ଳରୁ ମଧ୍ୟମ ଦରଣର ବର୍ଷାର ସମ୍ଭାବନା ରହିଛି ।
ଏହାର ପ୍ରଭାବରେ ତଳିଆ ଅଞ୍ଚଳରେ ପାଣି ଜମିବାର ଆଶଙ୍କା ରହିଛି ।

ଲଘୁଚାପ କ୍ଷେତ୍ର ପ୍ରଭାବରେ ଓଡିଶା ଉପକୂଳ, ପଶ୍ଚିମ-କେନ୍ଦ୍ରିୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ୧୨ ରୁ ୧୪ ତାରିଖ ଯାଏଁ ଝଡ ପବନ ଘଣ୍ଟା ପ୍ରତି ୪୫ ରୁ ୫୫ ସହ ଝଟକା ପବନର ୬୫ କିମି ଯାଏଁ ରହିବା ସମ୍ଭାବନା ରହିଛି । ଏହି ସମୟରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ କିଛି ଜିଲ୍ଲା ପାଇଁ ଚେତାବନୀ ଜାରି କରାଯାଇଛି ।

ରାଜ୍ୟରେ ଚଳିତ ମୌସୁମୀ ଦୁର୍ବଳ ପ୍ରଭାବୀ ରହିଥିବା ବେଳେ ପାକାପାଖି ୨୪ ଜିଲ୍ଲାରେ ମରୁଡି ଆଶଙ୍କାକୁ ଏହି ଲଘୁଚାପ ବର୍ଷା ଦୁରେଇ ଦେବାର ସମ୍ବାବନା ରହିଛି । ଏହି ସମୟରେ ଓଡିଶା ଉପକୂଳ, ପଶ୍ଚିମ-କେନ୍ଦ୍ରିୟ ଏବଂ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବିଙ୍କୁ ଏହି ଅଞ୍ଚଳକୁ ଯିବାକୁ ବାରଣ କରାଯାଇଛି ।

Leave a Reply

Your email address will not be published.