ମାର୍ଚ୍ଚ ୨୪ରେ ହେବ ପୌର ନିର୍ବାଚନ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ବାଜିଲା ବିଗୁଲ୍ । ମାର୍ଚ୍ଚ ୨୪ରେ ପୌର ନିର୍ବାଚନ । ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ପକ୍ଷରୁ ଘୋଷଣା କରାଯାଇଛି । ଏଥିଲାଗି ଆଜିଠାରୁ ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ହେଲା ବୋଲି ରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢ଼ୀ ସୂଚନା ଦେଇଛନ୍ତି । ଆଗାମୀ ୨୮ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୨ରୁ ୭ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ମନୋନୟନ ପତ୍ର ଦାଖଲ କରିପାରିବେ । ମାର୍ଚ୍ଚ ୯ ତାରିଖରେ ଯାଞ୍ଚ । ମାର୍ଚ୍ଚ ୧୪ ସୁଦ୍ଧା ପ୍ରତ୍ୟାହାର କରାଯାଇପାରିବ । ହେଲେ ଏଥର କିନ୍ତୁ ଦୁଇ ପୌର ମହାନଗର ରାଉଲକେଲା ଓ ସମ୍ବଲପୁରରେ ହେବନି ପୌର ନିର୍ବାଚନ । ସେହିଭଳି ପୁରୀ ମ୍ୟୁନିସପାଲଟିରେ ମଧ୍ୟ ନିର୍ବାଚନ ହେବନି ବୋଲି ସୂଚନା ରହିଛି । କୋର୍ଟରେ କେସ ଚାଲୁରହିଥିବାରୁ ହେବନି ନିର୍ବାଚନ ବୋଲି ସ୍ପଷ୍ଟ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

Leave a Reply

Your email address will not be published.