ଓସିଏର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ

କଟକ, (ନାଗରାଜ ନ୍ୟୁଜ): ଓସିଏର ସାଧାରଣ ପରିଷଦ ବୈଠକ କଟକରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆସନ୍ତା ଫେବୁଆରୀ ୧୫ ତାରିଖରେ ବାରବାଟି ଷ୍ଟାଡିୟମରେ ଅନୁଷ୍ଠିତ ହେବାକୁ ଯାଉଥିବା ଭାରତ ବନାମ ୱେଷ୍ଟ ଇଣ୍ଡିଂଜ ଟି-୨୦ ମ୍ୟାଚ ସହିତ ରାଜ୍ୟ କ୍ରିକେଟର ବିକାଶ ସମ୍ପର୍କରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ତେବେ ଭାରତ ବନାମ ୱେଷ୍ଟ ଇଣ୍ଡିଂଜ ଟି-୨୦ ମ୍ୟାଚ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ସୁଯୋଗ ଦିଆଯିବ ନାଁ ନାହିଁ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ । ରାଜ୍ୟ ସରକାରଙ୍କ ଉପରେ ଏହି ନିଷ୍ପତ୍ତି ଛାଡ଼ିଛି ଓସିଏ । ମ୍ୟାଚ ପାଇଁ ଟିକେଟ ଛପା ଓ ବିକ୍ରି ଇତ୍ୟାଦିର ପ୍ରସ୍ତୁତି ପାଇଁ ଅତି କମରେ ଏକ ମାସ ସମୟ ଦରକାର ହେଉଥିବାରୁ ଚଳିତବର୍ଷ ଡିସେମ୍ବର ମାସ ଶେଷ କିମ୍ୱା ଜାନୁଆରୀ ମାସ ପ୍ରଥମ ସପ୍ତାହ ସୁଦ୍ଧା ନିଷ୍ପତ୍ତି ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯିବ । ଏହାବ୍ୟତିତ ଦର୍ଶକଙ୍କ ପାଇଁ ଦୁଇଟି ଡୋଜ ଟୀକା କିମ୍ବା ମ୍ୟାଚର ୭୨ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ରିପୋର୍ଟର ସାଟିଫିକେଟକୁ ଆଧାର କରି ଦର୍ଶକଙ୍କୁ ମ୍ୟାଚ ଦେଖିବା ପାଇଁ ସୁଯୋଗ ଦିଆଯାଉ ବୋଲି ଖୁବଶୀଘ୍ର ଏକ ପ୍ରସ୍ତାବ ରାଜ୍ୟ ସରକାରଙ୍କୁ ଦିଆଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

Leave a Reply

Your email address will not be published.