ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର, (ନାଗରାଜ ନ୍ୟୁଜ): ଶିମିଳିପାଳ ଅଭୟାରଣ୍ୟରେ ବାଘ ଗଣନା ପ୍ରକ୍ରିୟା ଆଜିଠାରୁ ଆରମ୍ଭ ହେଲା । ଏହି ଗଣନା କାର୍ଯ୍ୟ ବେଳେ ନୂତନ କୌଶଳ ଅବଲମ୍ବନ କରାଯାଉଥିବା ସୂଚନା ମିଳିଛି । ଯାହା ଦ୍ୱାରା ଗଣନା କାର୍ଯ୍ୟ ଅତି ସହଜ ହେବ ଏବଂ ଖୁବ୍ କମ୍ ଦିନରେ ଏହା ଫଳାଫଳ ଜଣାପଡ଼ିବ । ଏସଟିଆର ପକ୍ଷରୁ ବିଭିନ୍ନ ପନ୍ଥା ଆପଣା ଯାଉଛି । ୫୦୦ରୁ ଅଧିକ କ୍ୟାମେରାରେ ଗଣନା କାର୍ୟ୍ୟ ଆରମ୍ଭ ନେଇ ବନବିଭାଗ ପକ୍ଷରୁ ସୂଚନା ମିଳିଛି । ତେଣୁ ସମସ୍ତ ପ୍ରସ୍ତୁତି ସମାପ୍ତ ହୋଇଛି ।

ଦୁଇଟି ସ୍ୱତନ୍ତ୍ର ଆପ ଯୋଗେ ତାଲିମପ୍ରାପ୍ତ ବନ କର୍ମଚାରୀ ଏହି ଗଣନା କରିବେ । ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହି ଗଣନା ଜାରି ରହିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ୪ଟି ପର୍ଯ୍ୟାୟରେ ଏହି ଗଣନା ୭ଦିନ ଧରି ଚାଲିବ ।

Leave a Reply

Your email address will not be published.