ଆସନ୍ତାକାଲିଠୁ ଶ୍ରୀଜିଉଙ୍କୁ ଦର୍ଶନ କରିବେ ସର୍ବସାଧାରଣ

ପୁରୀ: କାଲିଠାରୁ ସର୍ବସାଧାରଣଙ୍କୁ ଦର୍ଶନ ଦେବେ ଶ୍ରୀଜିଉ ୨୩ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ବଡ ମନ୍ଦିର । ରାଜ୍ୟ ତଥା ରାଜ୍ୟ ବାହାରର ଶ୍ରଦ୍ଧାଳୁଙ୍କ ପାଇଁ ୯୬ ଘଣ୍ଟା ପୂର୍ବରୁ ଆରଟିପିସିଆର ନେଗେଟିଭ୍ କିମ୍ବା ଦୁଇଟି ଡୋଜ ଟିକାର ପ୍ରମାଣ ପତ୍ର ବାଧ୍ୟତାମୂଳକ କରାଯାଇଛି । ସେହିପରି ଶ୍ରୀମନ୍ଦିରରେ ପ୍ରତିଦିନ ମହାପ୍ରଭୁଙ୍କ ଦୈନନ୍ଦିନ ପୂଜା କରୁଥିବା ସେବାୟତଙ୍କ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସାନିଟାଇଜ କରାଯାଇଛି । ସେପଟେ ସର୍ବସାଧାରଣ ଦର୍ଶନ ପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । 

ଗତ ୧୬ ତାରିଖରୁ ୱାର୍ଡୱାରୀ ଶ୍ରୀଜୀଉଙ୍କ ଦର୍ଶନ କରୁଛନ୍ତି ପୁରୀବାସୀ । ଗତ ୫ଦିନ ଧରି ପୁରୀର ପ୍ରାୟ ୩୨ଟି ୱାର୍ଡର ୫୦ ହଜାରୁ ଅଧିକ ସ୍ଥାନୀୟ ବାସିନ୍ଦା ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ଆଜି ରବିବାର ସଟଡାଉନ ଥିବାରୁ ଶ୍ରୀମନ୍ଦିରକୁ ସାନିଟାଇଜ କରାଯାଇଛି । ଶ୍ରୀମନ୍ଦିର ଭିତର ଏବଂ ବାହାର ପରିସରକୁ ଅଗ୍ନିଶମ ବିଭାଗ, ପୌରସଂସ୍ଥା ଓ ଜିଲ୍ଲା ପ୍ରଶାସନ ଦ୍ୱାରା ସମ୍ପୂର୍ଣ୍ଣ ସାନିଟାଇଜ କରାଯାଇଛି । ଶ୍ରୀମନ୍ଦିରର ଚାରି ଦ୍ୱାର, ଜୋତା ଷ୍ଟାଣ୍ଡ, ବ୍ୟାରିକେଟ ଓ ଅନ୍ୟାନ୍ୟ ସମସ୍ତ ସ୍ଥାନକୁ ବିଶୋଧନ କରାଯାଇଛି ।

Leave a Reply

Your email address will not be published.