ପ୍ରକାଶ ପାଇଲା +୨ ଅଫଲାଇନ ପରୀକ୍ଷା ଫଳ, ୬୮.୬୬ % ଛାତ୍ରଛାତ୍ରୀ ପାସ

ଭୂବନେଶ୍ୱର, (ନାଗରାଜ ନ୍ୟୁଜ): ପ୍ରକାଶ ପାଇଲା ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ଫଳ । ୧୨,୩୨୧ ଜଣ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେଇଥିବାବେଳେ ସେଥିମଧ୍ୟରୁ ପାସ ହାର ୬୮.୬୬ % ରହିଛି । ଯୁକ୍ତ ଦୁଇ ଅଫଲାଇନ ପରୀକ୍ଷା ମୋଟ ୧୨,୩୨୧ ଜଣ ଛାତ୍ରଛାତ୍ରୀ ଦେଇଥିଲେ । ସେ ଭିତରୁ ୮୪୬୦ ଜଣ ଛାତ୍ରଛାତ୍ରୀ ପରୀକ୍ଷାରେ ପାସ୍ କରିଛନ୍ତି। କଳାରେ ୬୩୧୦ ଜଣ ଛାତ୍ରଛାତ୍ରୀ ପାସ କରିଥିବା ବେଳେ ବିଜ୍ଞାନରେ ୧୫୦୧, ବାଣିଜ୍ୟରେ ୪୨୨ ଏବଂ ଧନ୍ଦାମୂଳକ ଶିକ୍ଷାରେ ୨୨୭ ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି । ପରୀକ୍ଷାରେ ଛାତ୍ରମାନଙ୍କ ପାସହାର ୬୨.୭ ପ୍ରତିଶତ ରହିଥିବାବେଳେ ଛାତ୍ରୀମାନଙ୍କର ପାସହାର ୬୭.୭୬ ପ୍ରତିଶତ ରହିଛି । ଅନ୍ୟପଟେ ବିଜ୍ଞାନରେ ୧୩୬ ଜଣ ପ୍ରଥମ ଶ୍ରେଣୀରେ, ୨୪୨ ଜଣ ୨ୟ ଶ୍ରେଣୀରେ, ୧୧୧୦ ଜଣ ୩ୟ ଶ୍ରେଣୀରେ ପାସ କରିଛନ୍ତି । ସେହିପରି ବାଣିଜ୍ୟରେ ୧୦୨ ଜଣ ପ୍ରଥମ ଶ୍ରେଣୀରେ, ୫୦ ଜଣ ୨ୟ ଶ୍ରେଣୀରେ , ୨୬୮ ଜଣ ୩ୟ ଶ୍ରେଣୀରେ ପାସ କରିଛନ୍ତି । ଧନ୍ଦାମୂଳକରେ ୪୪୦ ଜଣ ପରୀକ୍ଷା ଦେଇଥିବା ବେଳେ ୨୨୭ ଜଣ ପାସ କରିଛନ୍ତି । ୧୩୪ ଜଣ ଛାତ୍ର ଓ ୯୩ ଜଣ ଛାତ୍ରୀ ପାସ କରିଛନ୍ତି ।

Leave a Reply

Your email address will not be published.