ଜୁଲାଇ ୩୧ ସୁଦ୍ଧା ବାହାରିବ ଦ୍ବାଦଶ ପରୀକ୍ଷା ଫଳ, ସୂଚନା ଦେଲେ ସମୀର ଦାଶ

ଭୂବନେଶ୍ବର: ପ୍ରଥମ ଥର ପାଇଁ ବିନା ପରୀକ୍ଷାରେ ବାହାରିବ ଦ୍ବାଦଶ ପରୀକ୍ଷା ଫଳ । ଜୁଲାଇ ୩୧ ସୁଦ୍ଧା ପ୍ରକାଶ ପାଇବ +୨ ରେଜଲ୍ଟ । ଏନେଇ ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ପରୀକ୍ଷା ଫଳ ଆସନ୍ତା ୩୧ ତାରିଖ ମଧ୍ୟରେ ଯଦି ପ୍ରକାଶ ନପାଇଲା ତେବେ ଅତି ବେଶୀରେ ଦିନେ ଦୁଇ ଦିନ ଭିତରେ ବାହାରିଯିବା ନେଇ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

ପୂର୍ବରୁ ଜୁଲାଇ ୩୧ ତାରିଖ ସୁଦ୍ଧା ରେଜଲ୍ଟ ପ୍ରକାଶ କରିବା ନେଇ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ଦେଇଥିଲେ । ତେଣୁ ଏହାକୁ ଯଥା ଶୀଘ୍ର ବାହାର କରିବାକୁ କହିଛନ୍ତି ସମୀର ଦାଶ । ପରୀକ୍ଷା ବାତିଲ ହୋଇଥିଲେ ମଧ୍ୟ ମୂଲ୍ୟାୟନ ବିଶେଷଜ୍ଞ ମାନଙ୍କ ପରାମର୍ଶକ୍ରମେ ବୋର୍ଡ ପକ୍ଷରୁ ନିର୍ଦ୍ଧାରିତ ମାପଦଣ୍ଡ ଦ୍ୱାରା ମୂଲ୍ୟାଙ୍କନ ହେବ ବୋଲି ସୂଚନା ଦିଆଯାଇଥିଲା । ତେବେ ଏହି ମୂଲ୍ୟାୟନରେ କେହି ସନ୍ତୁଷ୍ଟ ନହେଲେ ସେମାନେ ଚାହିଁଲେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଥିଲା । 

Leave a Reply

Your email address will not be published.