ବିଦ୍ଯାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ

ବାଲେଶ୍ବର, (ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସାରକୋଣା ପଞ୍ଚାୟତ ସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ସାରକୋଣାରେ ପୋଷାକ ବିତରଣ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ବସନ୍ତ କୁମାର ଦାସଙ୍କ ଅଧ୍ୟକ୍ଷତାରେ ୧୫ ଜଣ ଛାତ୍ରଛାତ୍ରୀଙ୍କ ପୋଷାକ ଓ ଜୋତା ପ୍ରଭୃତିକୁ ସେମାନଙ୍କ ଅଭିଭାବକ ମାନଙ୍କୁ ପ୍ରଦାନ କରିଥିଲେ ।

ଏଥିରେ କରୋନା ନିୟମକୁ ସମ୍ପୂର୍ଣ୍ଣ ରୂପେ ପାଳନ କରାଯାଇଥିଲା । ପରିଚାଳନା ସମିତିର ଅଧ୍ୟକ୍ଷ ହେମନ୍ତ ନାୟକ, ଉପାଧ୍ୟକ୍ଷ ସୁକାନ୍ତି ଦାସ, ସିଆରସିସି ଲକ୍ଷ୍ମଣ କୁମାର ସେଣ ଓ ସଭ୍ଯ ସୁରେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ଯୋଗଦେଇଥିବା ବେଳେ ପୋଷାକ ବଣ୍ଟନରେ ସହଯୋଗ କରିଥିଲେ ବାସନ୍ତୀ ନାୟକ, କୈଳାସ ଚନ୍ଦ୍ର ମାଝୀ, ହରେକୃଷ୍ଣ ବିଶ୍ବାଳ, ଯମୁନା ବାରିକ, ଗୌରାଙ୍ଗ ଚରଣ ମୁଖୀ ଓ ଗାୟତ୍ରୀ ପଣ୍ଡା ସହଯୋଗ କରିଥିଲେ । ପ୍ରକାଶ ଥାଉକି, କରୋନା କଟକଣା ପାଇଁ କୌଣସି ସଭାସମିତିର ଆୟୋଜନ ହୋଇନଥିଲା ।

Leave a Reply

Your email address will not be published.