ଅଗଷ୍ଟ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ସରିବା ନେଇ ଯୋଜନା

ଭୁବନେଶ୍ୱର: ଜୁଲାଇ ୧୫ ସୁଦ୍ଧା ସହରର ସମସ୍ତ ସ୍ଥାନୀୟ ବାସିନ୍ଦାଙ୍କୁ ପ୍ରଥମ କରୋନା ଟିକା ଏବଂ ଅଗଷ୍ଟ ଶେଷ ସୁଦ୍ଧା ଦ୍ୱିତୀୟ ଡୋଜ ସରିବା ନେଇ ଯୋଜନା କରିଛି ମ୍ୟୁନିସିପାଲିଟି କର୍ପୋରେସନ୍ । ସହରର ୫୫ଟି ଟିକାକରଣ କେନ୍ଦ୍ରରେ ଦୈନିକ ୧୮ ହଜାରରୁ ୨୦ ହଜାର ଲୋକଙ୍କୁ ଟିକାକରଣ କରାଯାଉଥିବାବେଳେ ନାଗରିକ ସଂସ୍ଥା ୬୦ଟି କେନ୍ଦ୍ରରେ ଏହି ସଂଖ୍ୟାକୁ ୨୮ ହଜାରରୁ ୩୦ ହଜାରକୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛି ।

ବିଏମସି କମିଶନର ସଞ୍ଜୟ କୁମାର ସିଂ କହିଛନ୍ତି ଯେ ସହରରେ ହୋଟେଲ, ପର‌୍ୟ୍ୟଟନ, ଆଇଟି, ଖାଦ୍ୟ ବିତରଣ ଏବଂ ମିଡିଆ ସେକ୍ଟରରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଟିକାକରଣ କରାଯାଇଛି। ମେଡିସିନ୍ ଦୋକାନୀ, କ୍ୟାବ ଡ୍ରାଇଭର, ବିକ୍ରେତା ଏବଂ ଖବରକାଗଜ ହକରଙ୍କୁ ଶୀଘ୍ର କରୋନା ଟିକା ଦିଆଯିବ ବୋଲି ଅଧିକାରୀ କହିଛନ୍ତି।

Leave a Reply

Your email address will not be published.